କୁଅ ରୁ ଉଦ୍ଧାର ହେଲା ବିରାଟ ଅହିରାଜ ।

କୋଦଳା,୨୨/୦୭(ପିପିଟି) ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୂରୂଝୂରି ପଞ୍ଚାୟତ ନୁଆ ଗାଁ ଗ୍ରାମ ବିବେକାନନ୍ଦ ବିଦ୍ଯାମନ୍ଦିର ନିକଟର ରେ ଥିବା ଏକ ପରିତ୍ୟକ୍ତ କୁଅ ଭିତରେ ଏକ ବିରାଟ ଅହିରାଜ ସର୍ପ ଥିବାର ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଥମେ ଦେଖିବା ପରେ କିଛି ଲୋକଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଖଲ୍ଲିକୋଟ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପଲାଇନ କର୍ମକର୍ତ୍ତା ପହଞ୍ଚି ୧୫ ଫୁଟର ଏକ ବିରାଟ ଅହିରାଜ ସର୍ପକୁ ଜୀବନ୍ତ  ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡ଼ିଛି ।

Comments (0)
Add Comment