କାଲିମେଳା ଜିଲା ପରିଷଦ ଜୋନ୍- ୨ ଭାଜପା ପ୍ରାର୍ଥିନୀ ନିଖୋଜ ।

ମାଲକାନଗିରି,୨୫/୦୧(ପିପିଟି): ଗତ କାଲି ଠାରୁ କାଲିମେଳା ଜିଲା ପରିଷଦ ଜୋନ୍– ୨ ଭାଜପା ପ୍ରାର୍ଥିନୀ ରୀନା କବାସୀ ନିଖୋଜ ହୋଇଥିବା ଜଣା ପଡିଛି । ଏ ନେଇ
ବିଜେପି ତରଫରୁ କାଲିମେଳା ଥାନାରେ ଏତଲା ଦିଆ ଯାଇଥିବା ବେଳେ ତାଙ୍କ ପରିବାର ତରଫରୁ କୌଣସି ମାମଲା ରୁଜୁ କରା ଯାଇ ନଥିବା ପୋଲିସ ପ୍ରକାଶ କରିଛି ।ଘଟଣାକୁ ପ୍ରକାଶ ଯେ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଜିଲ୍ଲା ପରିଷଦ ଜୋନ-୨ ର ପ୍ରାର୍ଥିନୀ ରୀନା କାବାସି ନିଖୋଜ ହେବା ଘଟଣା କାଲିମେଳା ସମେତ ଜିଲ୍ଲାରେ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ରୀନା କାବାସି ନିଖୋଜ ନେଇ ଆଜି କାଲିମେଳା ଥାନାରେ ବିଜେପିର କାଲିମେଳା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଜିଲ୍ଲାପରିଷଦ ଜୋନ-୨ ବିଜେପି ପ୍ରାର୍ଥିନୀ ରୀନା କବାସୀଙ୍କ ଘର କାଲିମେଳା ପଞ୍ଚାୟତ ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମରେ। ସେ ଗତ କାଲି ଠାରୁ ଗ୍ରାମରେ ନଥିବା ବେଳେ ତାଙ୍କର ମୋବାଇଲ ସୁଇଚ ଅପ୍ ରହିଛି । ତାଙ୍କୁ କୌଣସି ପ୍ରକାରେ ଯୋଗାଯୋଗ ହୋଇପାରୁ ନାହିଁ କିମ୍ବା କେଉଁ ସ୍ଥାନରେ ସେ ଅଛନ୍ତି ଅନୁସନ୍ଧାନ ମିଳୁନଥିବା ବିଜେପି ଥାନାରେ ଅଭିଯୋଗ କରିଛି । ଏହା ସହ ପୋଲିସକୁ ନିଖୋଜ ଘଟଣାରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ସେପଟେ ଏହାକୁ ନେଇ ବିଜେପି ଶାସକ ଦଳର ଭୂମିକାକୁ ନେଇ ସନ୍ଦେହ କରୁଛି। ବିଜେଡି ନିର୍ବାଚନ ପୂର୍ବରୁ ହାର ମାନି ଯାଇଥିବା ମତ ଦେଇଛନ୍ତି ବିଜେପି ନେତା ଶ୍ୟାମଲ ସୁନାନୀ । ତଥାପି ୧୪ ଜଣ ପ୍ରାର୍ଥି ନିର୍ବାଚନ ମୈଦାନରେ ଲଢେଇ କରିବେ ବୋଲି ଆଜି ଗଣ ମାଧ୍ଯମକୁ ଜଣାଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment