କଳିଙ୍ଗା ଘାଟିରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ।

ଭଞ୍ଜନଗର,୩୧/୦୭(ପିପିଟି): ଆଜି କଳିଙ୍ଗା ଘାଟି ଅନ୍ଧାରି କୋଟ ନିକଟରେ ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ୧୦୮ଆମ୍ବୁଲାନ୍ସ ଭଞ୍ଜନଗର କୁ ତେଲ ପକେଇବାକୁ ଆସୁଥିବା ବେଳେ ସାମ୍ନା ପଟରୁ ଘାଟି ଚଢୁଥିବା ଏକ ଟ୍ରକ ସହ ମୁଁହାମୁହିଁ ଧକ୍କା ହୋଇଥିଲା।ଫଳରେ ଡ୍ରାଇଭର ଗୋପାଳ କୃଷ୍ଣ ବେହେରା (୪୯) ଗାଡ଼ି ସିଟରେ ଚାପି ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲେ। କିଛି ଲୋକ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ଗୋପାଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment