କଳମ୍ବ ଗ୍ରାମ ପଞ୍ଚାୟତରେ ସାବିତ୍ରୀ ଅମାବାସ୍ୟା ପାଇଁ ଗାଇଡଲାଇନ୍ ଜାରି ।

ପୋଲସରା,(ପିପିଟି ନ୍ଯୁଜ୍)୨୦/୦୫,କଳମ୍ବ ପଂଚାୟତ ଅଧିକ ସଙ୍ଗରୋଧ ଗୃହ ତଥା ଅଧିକ ଅନ୍ତଵାସୀ ରହି ଥିବାରୁ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ  ରଖି ୨୨ତାରିଖ ଦିନ ସକାଳ ୯ଘଣ୍ଟ ରୁ ୨୩ତାରିଖ ସକାଳ ୭ ଘଣ୍ଟ ସମୟ ପର୍ଯ୍ୟନ୍ତ ସଟ୍ ଡାଉନ ରଖାଗଲା । ପୂଜାରେ ସାମାଜିକ ଦୂରତା ବାଧ୍ୟତା ମୂଳକ ରହିବ।ମାକ୍ସ ର ବ୍ୟବହାର ବାଧ୍ୟତା ରହିବ।ନିଜେ ନିଜର ଘରେ ରହି ପୂଜାବିଧି କରିପାରିବେ ଅଥବା  ତୁଳସୀ ଚାଁହୁରା ରେ ୫ଜଣରୁ ଅଧିକ ରହି ପୂଜା କରିପାରିବେ ନାହିଁ ।ସର୍ବସାଧାରଣ ସ୍ଥାନରେ କେହି ମଧ୍ୟ   ପୂଜା କରିପାରିବେ ନାହିଁ ।ପ୍ରସାଦ ବଣ୍ଟନ କରିପାରିବେ ନାହିଁ ବୋଲି ଗାଇଡଲାଇନ୍ ରେ କୁହାଯାଇଛି ।ଏଥିରେ ଖିଲାପ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Comments (0)
Add Comment