କଳମ୍ବରେ ବିଜେଡିରେ ଗୋଷ୍ଠୀ କନ୍ଦଳ;ସରପଞ୍ଚଙ୍କୁ ଆକ୍ରମଣ।

ପୋଲସରା,୧୫/୦୨(ପିପିଟି): ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଆଜି ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ଉଗ୍ର ରୁପ ଧାରଣ କରିଛି। ଗୋଟିଏ ଗୋଷ୍ଠୀ ଆଜି ସରପଞ୍ଚ ପ୍ରଶାନ୍ତ ପ୍ରଧାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ପୋଲସରା ଥାନା ରେ ଅଭିଯୋଗ ହୋଇଛି। ପ୍ରଶାନ୍ତ ପ୍ରଧାନ ଥାନା ରେ କରିଥିବା ଅଭିଯୋଗ ଅନୁସାରେ ଆଜି ସେ କଳମ୍ବ ନୂଆଗାଁ ର ଗୋଟିଏ ମହିଳା ଗୋଷ୍ଠୀ ର ମାସିକ ହିସାବ ଉଗ୍ରସେନ ସାହୁଙ୍କ ଘରେ କରୁଥିଲେ। ସେହି ସମୟରେ କଳମ୍ବ ଗ୍ରାମ ର ପିଣ୍ଟୁ ସାହୁ, ଦିପୁ ସାହୁ , ସୁଶିତ ସାହୁ,ସୂଚୀତ୍ର ପ୍ରଧାନ, ଯୋଗିନ୍ଦ୍ର ପ୍ରଧାନ,ରାମଚନ୍ଦ୍ର ସାହୁ , ବିକାଶ ପ୍ରଧାନ,ପ୍ରଶାନ୍ତ ସାହୁ , ଜାମୁନି ସାହୁ , ଅଶୋକ ସାହୁ, କୃଷ୍ଣଚନ୍ଦ୍ର ପ୍ରଧାନ,ମଙ୍ଗୁଳୁ ସାହୁ, ପରମେଶ୍ବର ପ୍ରଧାନ, ବିଭୂତି ଭୂଷଣ ସାହୁ ଓ ଗୋଛାବାଡି ଗ୍ରାମର ଧିରୋଜ ସାହୁ ପ୍ରମୁଖ ଘର ଭିତରେ ପଶି ବାଧା ସୃଷ୍ଟି କରିଥିଲେ। ମହିଳା ଗୋଷ୍ଠୀ ର ସଭ୍ୟା ମାନେ ଏହାର ପ୍ରତିବାଦ କରିବାରୁ ଉପରୋକ୍ତ ଅଭିଯୁକ୍ତ ମାନେ ସେମାନଙ୍କ ଲୁଗାପଟା ଚିରି ଅସଦାଚରଣ କରିବା ସହିତ ପ୍ରଶାନ୍ତ ପ୍ରଧାନ ଙ୍କୁ ହତ୍ଯା ଉଦ୍ୟମ କରିଥିଲେ। ଏହାର ପ୍ରତିବାଦ ରେ କଳମ୍ବ ଶହ ଶହ ମହିଳା ପୋଲସରା ଥାନାକୁ ଆସି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବି ରେ ଧାରଣା ଦେଇଥିଲେ। ଆଜି ପୋଲସରା ବ୍ଳକ ର ବିଭିନ୍ନ ପଞ୍ଚାୟତ ରେ ପୋଲିସ ର ଫ୍ଳାଗ୍ ମାର୍ଚ୍ଚ ଥିବାରୁ ଥାନାରେ କେହି ଉପସ୍ଥିତ ନଥିଲେ। ଏଣୁ ମହିଳା ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଧାରଣା ରେ ବସିଥିଲେ। ଥାନା କେସ ନମ୍ବର ୭୯/୨୦୨୨ ମାମଲା ରୁଜ୍ଜୁ ହୋଇଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment