କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ।

ଭଞ୍ଜନଗର,(ପିପିଟି)୧୧/୦୬, ବିପଦ ସମୟରେ ମଧ୍ୟ ପଛକୁ ହଟି ନଯାଇ ଯୋଦ୍ଧା ଭାବେ କରୋନା ପରିସ୍ଥିତିର ମୁକାବିଲା କରିବାକୁ ଆଗେଇ ଆସିଛନ୍ତି ଭଞ୍ଜନଗର ଏନ.ଏ.ସି ର ସଫେଇ କର୍ମଚାରୀ ମାନେ । ସେମାନେ ଦିନ ରାତି,ଖରା ବର୍ଷାରେ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ଆଜି ଭଞ୍ଜନଗର ସହରକୁ ଶରସ,ସୁନ୍ଦର ଓ ସୁରକ୍ଷିତ ରଖିପାରିଛନ୍ତି। ତେଣୁ ଏଭଳି ସମୟରେ ସେହି ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ଆଜି ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ପୋଷାକ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ମଞ୍ଚର ସଭାପତି ସୋମନାଥ ନାୟକ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment