କରୋନା ମହାମାରୀ ରୋକିବାରେ କାନ୍ଦରପୁରରେ ବିଭିନ୍ନ ସ୍ଥାନରେ ବିଶୋଧନ କାର୍ଯ୍ୟକ୍ରମ ।

କଟକ,ତା- ୧୭/୦୫ ,ସରସ୍ବତୀ କଳା ପରିଷଦ,କନ୍ଦରପୁର ଏବଂ ଉତ୍କଳ ବିକାଶ ପରିଷଦ,କଟକ ସଦର ମିଳିତ ଆନୁକୂଲ୍ୟରେ କନ୍ଦରପୁର ବଜାର,ଥାନା,ବ୍ୟାଙ୍କ,ଗାଡି ଶୋରୁମ ଅନ୍ୟାନ୍ୟ ସମସ୍ତ ଦୋକାନକୁ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ବିଶୋଧନ କରାଯାଇଛି  ଏବଂ ତାସହ ଜନସାଧାରଣ  ମାନଙ୍କୁ ମାସ୍କ ବଣ୍ଟନ, କରୋନା ସଚେତନତା ଆଦି କରାଯାଇଛି । ଏହି ସେଵା କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନ ତରଫରୁ ନାଟ୍ୟକାର ଅଶୋକ କୁମାର  ପଟ୍ଟନାୟକ,ବିଶିଷ୍ଟ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ଚକ୍ରବର୍ତ୍ତୀ ଓତା,ବାବୁଲି ପାତ୍ର,ରଶ୍ମିକାନ୍ତ ଶତପଥି,ଅଜୟ ଦାଶ,କଣ୍ଠଶିଳ୍ପୀ ଇଂ. ଆମୀୟ ପଟ୍ଟନାୟକ,ଅଜିତ ରାଉତ,ବାବା ବାବୁ,ଇଂ.ବିଶ୍ୱଜିତ ସାହୁ,ପପିନା ବେହେରା,ସତ୍ୟବ୍ରତ ଭୋଇ, ମନୋରଞ୍ଜନ ସାହୁ, କୃଷକ ନେତା ଦେବିପ୍ରସାଦ ପତି,ଅଲେଖ ରାଉତରାୟ, ପ୍ରକାଶ ମିଶ୍ର, ନିରଂଜନ ରାଉଳ, ଵିଜୟ ନାୟକ ତଥା ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଏହି ମହତ ସେଵା କାର୍ଯ୍ୟ ପାଇଁ କରୋନା ଯୋଦ୍ଧା ମାନଙ୍କୁ ଉଚ୍ଚ ପ୍ରସଂଶା କରାଯାଇଛି ।

Comments (0)
Add Comment