କରୋନା ପାଇଁ ଜିଲ୍ଲା ପ୍ରଶାସନର କଟକଣା ଜାରି

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୨୧/୩ କରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନକୁ ଦିନ ନୂଆ ପଦକ୍ଷେପ ନିଆଯାଉଛି ।ସାମାଜିକ ଦୂରତ୍ବ ବଜାଇ ରଖିବାକୁ ବସରେ ଅଧା ଯାତ୍ରୀ ଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅଟୋରେ ଦୁଇ ଜଣ ଏବଂ ବାଇକ ରେ କେବଳ ଜଣେ ଯିବା ପାଇଁ କୁହାଯାଇଛି ।ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା କୋହଳ କରାଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ୭ରୁ ଅଧିକ ଜମା ହେବାକୁ ବାରଣ କରାଯାଇଛି ।ସେହିପରି ଔଷଧ,ଫଳ, ପନିପରିବା ଓ ରାସନ ଦୋକାନ ଛାଡିଦେଲେ ଅନ୍ଯ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି ।ହିତାଧିକାରୀଙ୍କ ଘରକୁ ଘର ବୁଲି ୩ମାସର ରାସନ ଓ ୪ମାସର ଭତ୍ତା ଟଙ୍କା ବଣ୍ଟନ ବ୍ଯବସ୍ଥା ଆରମ୍ଭ ହୋଇଛି ।୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକମାନେ ନିଜ ଘରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।ବ୍ରହ୍ମପୁର ଠାରେ ମସଜିଦରେ ସମୂହ ନମାଜ ଓ ଚର୍ଚ୍ଚରେ ପ୍ରାର୍ଥନା ବନ୍ଦ କରାଯାଇଛି ।ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ୨୨ ମାର୍ଚ୍ଚ ଜନତା କର୍ଫ୍ଯୁକୁ ସାଧାରଣ ସମର୍ଥନ ମିଳୁଛି ।

Comments (0)
Add Comment