କରୋନା ପାଇଁ ଅସହାୟ ନିରାଶ୍ରୟଙ୍କୁ ସହାୟତାର ହାତ ବଢାଇଲେ କୋଦଳା ଏନଏସି ପ୍ରଶାସନ । ସମୀକ୍ଷା କଲେ ବିଧାୟିକା ।

କୋଦଳା,(ପିପିଟି ନ୍ଯୁଜ୍)୦୪/୦୪ -ମହାମାରୀ କରୋନା ସଂକ୍ରମଣ ଦାଉ ରୁ ସୁରକ୍ଷିତ ରଖିବା ପାଇଁ ସାରା ଦେଶ ଲକଡାଉନ ସମୟ ରେ ଅସହାୟ ନିରାଶ୍ରୟ ଙ୍କ ଦେବଦୂତ ସାଜିଛନ୍ତି କୋଦଳା ଏନଏସି ପ୍ରଶାସନ ।ସରକାର ତଥା ଜିଲ୍ଳାପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ ତହସିଲଦାର ପ୍ରଭାତ କୁମାର ପରିଡା , ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ  ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ତତ୍ଵାବଧାନ ରେ ସମସ୍ତ ପ୍ରକାର ବ୍ୟବସ୍ଥା ସହ ନିରାଶ୍ରୟ ଓ ଭିକ୍ଷ୍ଯୁ ଙ୍କୁ ମହିଳା ସଙ୍ଘ ଦ୍ଵାରା ପ୍ରତିଦିନ ରନ୍ଧା ଖାଦ୍ୟ ପକେଟ ମାଧ୍ୟମ ରେ ପରସାଯାଉଛି ।ପ୍ରତ୍ୟକ ଦିନ ସହର ର ଗଳିକନ୍ଦି , ଡାକ୍ତରଖାନା , ରେ ବ୍ଲିଚିଙ୍ଗ ସ୍ପ୍ରେ କରାଯାଉଛି । ରବିବାର ଠାରୁ ଦମକଳ ସାହାଯ୍ୟ ରେ ପ୍ରତିଷେଧକ ରୁପେ କ୍ଲୋରିନ ଯୁକ୍ତ ପାଣି ସିଞ୍ଚନ କରାଯିବ ବୋଲି ଜଣାପଡ଼ିଛି ।ବର୍ତ୍ତମାନ ସମସ୍ତ ସ୍ଵୀପର ଦ୍ଵାରା ସହର ର ସମସ୍ତ ନାଳ ସଫା କରିବା ସହିତ ସେଗୁଡିକ ର ପୁନରୁଦ୍ଧାର କରାଯାଉଛି ।ତହସିଲଦାର , ଥାନା ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ମିଳିତ ଭାବେ ବ୍ୟବସାୟୀଙ୍କୁ ସଚେତନ କରି ସହର ପରିକ୍ରମା କରୁଛନ୍ତି ।ରାତ୍ର ରେ ପୋଲିସ ପେଟ୍ରୋଲିଙ୍ଗ ଜୋରସୋର ଚାଲିଛି ।ଅଙ୍ଗନବାଡି ଙ୍କୁ ସାଥିରେ ନେଇ ପ୍ରତ୍ୟକ ଦିନ ରିପୋର୍ଟ ସଂଗ୍ରହ କରାଯାଉଛି ।କିଏ କେଉଁଠୁ ଆସିଲା ଗଲା ତାର ଟିକନିଖ ତଥ୍ୟ ରଖାଯାଉଛି ।ଏନଏସି କର୍ମକର୍ତ୍ତାଙ୍କ ଦ୍ଵାରା ଯୋଗ୍ୟ ହିତାଧିକାରୀଙ୍କୁ ଘର ଘର ବୁଲି ଭତ୍ତା ବଣ୍ଟନ କରୁଛନ୍ତି । ଏ ସବୁକୁ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ପ୍ରଶାନିକ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି ଓ ପ୍ରଶାସନ ର କାର୍ଯ୍ୟ ରେ ସନ୍ତୁଷ୍ଟ ଅଛନ୍ତି । କୌଣଷି ନିରାଶ୍ରୟ , ଭିକ୍ଷ୍ଯୁ ଯେମିତି ଭୋକ ରେ ନ ରହିବେ ତା ପ୍ରତି ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଛନ୍ତି ଏବଂ ସରକାରଙ୍କ ଘୋଷଣା ଅନୁଯାଇ ଅସହାୟ ଓ ପ୍ରକ୍ରୁତ ଉଠା ଦୋକାନୀ ଙ୍କ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।ଏହି ପରିପ୍ରେକ୍ଷୀରେ ମୁଁ ସଦାସର୍ବଦା ସହଯୋଗ କରିବାକୁ ପ୍ରସ୍ତୁତ ଅଛିବୋଲି ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି ।ଶନିବାର ଠାରୁ ପ୍ରତ୍ୟକ ରାସନ କାର୍ଡଧାରି ଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତି ରେ ଏନଏସି କର୍ମକର୍ତ୍ତା ବଣ୍ଟନ କରାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ଓ ଯଦି କେହି ନିରାଶ୍ରୟ ଖାଦ୍ୟ ନ ପାଇ ରହିଯାଇଥାନ୍ତି ତାହାହେଲେ ଖବର ପାଇବା ମାତ୍ରେ ସେମାନ ଙ୍କ ପାଖରେ ଖାଦ୍ୟ ପୁଡ଼ିଆ ପହଞ୍ଚାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।

Comments (0)
Add Comment