କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଏନ୍ଏସି ନିର୍ବାହୀ ଅଧିକାରୀ ।

କୋଦଳା,୩୦/୦୭(ପିପିଟି); ମହାମାରୀ କରୋନା କୋଦଳା ଏନ୍ଏସି ରେ କାୟାବିସ୍ତାର କରିବା ପରେ ଜନସାଧାରଣଙ୍କ ସମେତ ଏନଏସି କର୍ମକର୍ତ୍ତା ମଧ୍ୟ ନିସ୍ତାର ପାଇନଥିଲେ । ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସମେତ ପାଞ୍ଚ ଜଣଙ୍କ କରୋନା ପଜେଟିଭ ବାହାରିବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ପାରଳା ମହାରାଜା କୋଭିଡ ମେଡିକାଲରେ ଚିକିତ୍ସିତ ହୋଇ ୧୪ଦିନିଆ ହୋମ କ୍ଵାରେଣ୍ଟାଇନରେ ରହିଥିଲେ । ଶରୀର ସମ୍ପୂର୍ଣ ସୁସ୍ଥ ଅନୁଭବ କରିବାପରେ କ୍ଵାରେଣ୍ଟାଇନରୁ ମୁକ୍ତ ହୋଇ ଗୁରୁବାର ସକାଳୁ ସକାଳୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ନିଜ କାର୍ଯ୍ୟାଳୟ କୋଦଳା ଏନ୍ଏସି ଠାରେ ନିୟୋଜିତ ହେଲେ । କରୋନାକୁ ହରାଇ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟରେ ଯୋଗ ଦେଇଥିବାରୁ ଗ୍ରାମବାସୀ ଖୁସିବ୍ଯକ୍ତ କରିଥିଲେ । କରୋନା ବାହାରିବା ପରେ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଯାଇଛି ବୋଲି ବିଭିନ୍ନ ଖବରକାଗଜରେ ମିଥ୍ୟା ଖବର ପ୍ରକାଶିତ ହୋଇଥିବାରୁ ଏନ୍ଏସି ବାଷି ଦୁଃଖ ପ୍ରକାଶ କରିଥିଲେ ଗୁରୁବାର କାର୍ଯରେ ଯୋଗ ଦେଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ।ଉନ୍ନୟନ କାର୍ଯ୍ୟ ଗୁଡିକ ଧିମା ହୋଇଯାଇଥିବା ବେଳେ ବର୍ତ୍ତମାନ କାର୍ଯ୍ୟ ଆଗେଇ ଜିବ ବୋଲି ବିଶ୍ଵାସ କରୁଛନ୍ତି ଗ୍ରାମବାସୀ । ନିର୍ବାହୀ ଅଧିକାରୀ କାର୍ଯ୍ଯ ରେ ଯୋଗ ଦେବାପରେ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହାକୁ ନେଇ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାପରେ ସେ କହିଥିଲେ ଯେ କୋଦଳାର ଆରାଧ୍ୟ ଦେବତା ଦଣ୍ଡୀଶ୍ଵରଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ।ଭଗବାନ ଏବଂ କୋଦଳା ଜନସାଧାରଣଙ୍କ ସ୍ନେହ ଶ୍ରଦ୍ଧା ବଳ ରେ ଏନ୍ଏସିର ପାଞ୍ଚଜଣ କରୋନା ସଂକ୍ରମିତ ହୋଇ ସୁଦ୍ଧା କ୍ଵାରେଣ୍ଟାଇନରୁ ଫେରି ଆସିଛୁ ।

Comments (0)
Add Comment