କଇରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱହାତ ଧୁଆ ଦିବସ ପାଳିତ ।

ଉଲୁଣ୍ଡା,୨୮/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡ଼କ୍ରସ ତରଫରୁ ଆଜି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଶ୍ୱ ହାତଧୂଆ ଦିବସ ଦିବସ ପାଳନ ହୋଇଯାଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଲୋଏ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ରବିଚନ୍ଦ୍ର ପସାୟତ ଙ୍କ ଆହ୍ୱାନ କ୍ରମେ ସ୍କୁଲ ପରିସରରେ ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନାର୍ଦନ ସାହୁଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସାହାଯ୍ୟ ସହଯୋଗ ରେ ଜୁନିଅର ରେଡ଼କ୍ରସ ପରାମର୍ଶ ଦାତା ହୃଷିକେଶ ଚାନ୍ଦ, ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ହାତଧୂଆର ଛଅ ଟି ସୋପାନ ଶିଖେଇ ଶିଖେଇବା ସହ ଏହାର ଉପକରିତା ସମ୍ପର୍କରେ ଭୁଝାଇଥିଲେ । ତତ୍ପରେ ଛାତ୍ର ଛାତ୍ରୀ ମାନେ ଉପଯୁକ୍ତ ସୋପାନ ମାଧ୍ୟମରେ ନିଜେ ହାତ ଧୋଇବା ସହ ଘରେ ପରିବାର ର ଅନ୍ୟ ସଦସ୍ୟ ଓ ପଡୋଶୀ ମାନଙ୍କୁ ଏ ଦିଗରେ ବୁଝାଇବା ପାଇଁ ଶପଥ ଗ୍ରହଣ କରିଥିଲେ lଏହି ଅବସରରେ ଆଞ୍ଚଳିକ ସାଧନ କର୍ମୀ ଦାଶରଥି ନାଏକ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟ ଜୁନିଅର ରେଡ଼କ୍ରସ ୟୁନିଟର ଅନ୍ୟତମ ସଦସ୍ୟ ତଥା ଶିକ୍ଷକ ଶରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment