ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗ୍ରାମ କମିଟି ନିର୍ବାଚନ ଅନୁଷ୍ଠିତ ।

ଭଞ୍ଜନଗର,୦୮/୧୧(ପିପିଟି): ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସମ୍ବିଧାନ ନିୟମ ପ୍ରକାରେ ଆଗାମୀ ପାଞ୍ଚ ବର୍ଷ ପାଇଁ ମଣ୍ଡଳ କମିଟି, ଆଞ୍ଚଳିକ ପରିଷଦ ଓ କେନ୍ଦ୍ର ପରିଷଦର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏତଦ ବ୍ୟତୀତ କେନ୍ଦ୍ର ପରିଷଦର ନିର୍ଦ୍ଦେଶ କ୍ରମେ ପ୍ରତେକ ମଣ୍ଡଳ କମିଟି ଅନ୍ତର୍ଗତ ଗ୍ରାମ କମିଟି ଗୁଡିକର ସମୀକ୍ଷା ଓ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରରିପ୍ରେକ୍ଷୀରେ ସୋମବାର ଭଞ୍ଜନଗର ନିକଟବର୍ତ୍ତୀ ଲୁଦୁଲୁଦି ଗ୍ରାମର ମା’ ଠାକୁରାଣୀ ଶକ୍ତି ପୀଠରେ ବନ୍ଥ ପଲ୍ଲୀ ଆଞ୍ଚଳିକ ପରିଷଦ ଓ ଖଇରପୁଟି ମଣ୍ଡଳ କମିଟିର ଅଧ୍ୟକ୍ଷତାରେ ଲୁଦୁଲୁଦି ଗ୍ରାମ କମିଟି ପାଇଁ ଏକ ସମୀକ୍ଷା ଓ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ସର୍ବସମ୍ମତି କ୍ରମେ ପୂର୍ବତମ ସଭାପତି ଅନ୍ତର୍ଯ୍ୟାମୀ ନାୟକଙ୍କୁ ଅବସର ଦେଇ ବିଦ୍ୟାଧର ସ୍ବାଇଁ ସଭାପତି ଓ ହରିହର ସ୍ବାଇଁ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ଏଥିସହ ଗ୍ରାମକମିଟି ସଭ୍ୟ ପାଇଁ ଶିଶିର କାନ୍ତ ଜେନା,ଦିଲ୍ଲୀପ କୁମାର ସ୍ୱାଇଁ, କୈଳାସ ଚନ୍ଦ୍ର ନାୟକ, ଭଗବାନ ବିଷୋୟୀ,ମୋଚିରାମ ସ୍ୱାଇଁ,ରାଧା ମୋହନ ନାୟକ ନିର୍ବାଚିତ ହୋଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment