ଓଡିଶା କୃଷକ ସଭାର ବେଲଗୁଣ୍ଠା ତହସିଲ ସମ୍ମୁଖରେ ବିକ୍ଷୋଭ ।

ବେଲଗୁଣ୍ଠା,୧୧/୧୦(ପିପିଟି): ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଦିବାସୀ ଅଧିକାର ଆଇନ କାର୍ଯ୍ୟ କରିବା,ପିଇବାପାଣି, ବିଦ୍ୟୁତ ଯୋଗାଣ, ରାସ୍ତା ନିର୍ମାଣ,ଇତ୍ୟାଦି ଦାବି ନେଇ ୧୦୦ ରୁ ଉର୍ଦ୍ଧ୍ବ ଜଣ ପୁରୁଷ ଓ ମହିଳା ମେଦିରି ସାହି ଠାରୁ ପଟୁଆର କରି ଲଷ୍ମୀପୁର ଗଣହତ୍ୟା ତଦନ୍ତ କରି ଦୋଷୀକୁ ଦଣ୍ଡ ଓ କୃଷି କୃଷକ ବିରୋଧି କଳା ଆଇନ ବାତିଲ କରିବା ଇତ୍ୟାଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ବିରୋଧି ସ୍ଲୋଗାନ ଦେଇ ତହସିଲକାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରି କୃଷକ ସଭା ରାଜ୍ୟ ଉପସଭାପତି ତଥା ଜିଲ୍ଲା ସମ୍ପାଦକ ପି.ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱ ରେ ଅନୁଷ୍ଠିତ ବିକ୍ଷୋଭରେ ଏକ ପ୍ରତିନିଧି ମଣ୍ଡଳୀ ତହସିଲଦାରଙ୍କ ସହ ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବିକ୍ଷୋଭ ସଭାରେ ଉପଜିଲ୍ଲାପାଳଙ୍କ ଚିଠି ୧୧୧୦ ଆଦିବାସୀ ଙ୍କ ଜଙ୍ଗଲ ଜମି ରାଜସ୍ୱ ଓ ବନ କର୍ମଚାରୀ ଦ୍ୱାରା ତଦନ୍ତ କରି ପଠେଇ ବା ପାଇଁ ଦୁଇ ବର୍ଷ ସାତ ମାସ ହେଲା ଆସିଥିଲେ ମଧ୍ୟ୍ୟ ଆମ କାର୍ଯାଳୟକୁ ଆସିନାହିଁ ବୋଲି କହିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ରେଡି ପ୍ରକାଶ କରିଛନ୍ତି । ଶୀଘ୍ର ଆଦିବାସୀଙ୍କୁ ସର୍ଭେ କରି ପଟ୍ଟା ପାଇଁ କାର୍ଯ୍ୟ ନୁଷ୍ଠାନ ନହେଲେ ଦାବି ପୂରଣ ହେଲା ପର୍ଯ୍ୟନ୍ତ ଗଣ ଆନ୍ଦୋଳନ କରେବେ ବୋଲି ଚେତାବନୀ ଦେଇ ଥିଲେ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା କମିଟି ସଭ୍ୟ ନୀଳମଣି ଗୁରୁ, ବିଭୁ ପ୍ରସାଦ ପାଣିଗ୍ରାହୀ, ସମ୍ପାଦକ ଗଣେଶ ପଗଡ଼, ମୁଗନା ଗମାଙ୍ଗ, ବୁଲୁ ବଡ଼ ରଇତ, ଯୁବ ସଂଗଠନରୁ ଦିଲ୍ଲୀପ ପଗଡ ଉଦବୋଧନ ଦେଇଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment