ଓଡିଶାରେ ୨୦ ବର୍ଷ ଧରି କୃଷକ ବିରୋଧୀ ସରକାରର ଶାସନ ଚାଲିଛି ବୋଲି କହିଲେ ପ୍ରଦୀପ ପୁରୋହିତ ।

ବରଗଡ଼,ତା – ୧୮/୦୬(ପିପିଟି);  ଦୀର୍ଘ ବର୍ଷ ଧରି ଓଡିଶାରେ ଗୋଟିଏ କୃଷକ ବିରୋଧୀ ସରକାରର ଶାସନ ଚାଲିଛି  । ବିଜୁ ଜନତା ଦଳର ସରକାର ମିଲର୍ସ,ଖଣି ବେପାରୀ,ଠିକାଦାର ମାନଙ୍କ ସରକାର ଭାବେ ପରି ଚାଳିତ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ କୃଷକ ମୋର୍ଚ୍ଚା ନବ ନିଯୁକ୍ତି ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି  । ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ନିଯୁକ୍ତି ହେବା ପରେ ଆଜି ପ୍ରଥମେ ବରଗଡ଼ ଜିଲ୍ଲାର ପାଇକମାଲ,ଝାରବନ୍ଦ, ପଦ୍ମପୁରର ବିଭିନ୍ନ ଧାନ ମଣ୍ତି ମାନ ପରି ଦର୍ଶନ କରି ଧାନ ମଣ୍ତି ମାନଙ୍କର ଶହ ଶହ କ୍ବିଣ୍ଟାଲ ଧାନ ବିଭିନ୍ନ ସ୍ଥାନରେ ପଡିକି  ଭଲି ବର୍ଷାରେ ଭିଜୁଛି ତାହା ଦେଖିବା ସହ ଉପସ୍ଥିତ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ମଣ୍ତି ମାନଙ୍କରେ ମିଲର୍ସ ମାନେ ଉପସ୍ଥିତ ରହି ୨ / ୩ କେଜି ଧାନ କାଟିବା ପାଇଁ ଯେଉଁ ଚାଷୀ ମାନେ ରାଜି ହେଉଛନ୍ତି ତାଙ୍କର ଧାନ ମଣ୍ତିରୁ ଉଠୁଛି ବୋଲି ଅନେକ ଚାଷୀ ଅଭିଯୋଗ କରିଥିଲେ । ମୌସୁମୀ ଜଳ ବାୟୁ ଯୋଗୁଁ  ବର୍ଷା ହେବ ବୋଲି ପାଣି ପାଗ ବିଭାଗ ବହୁତ ପୂର୍ବରୁ ସୂଚନା ଦେଇଥିଲେ  ମଧ୍ୟ ଚାଷୀ ପ୍ରତି ଦରଦହୀନ ଥିବା ରାଜ୍ୟ ସରକାର ବର୍ଷା ପୂର୍ବରୁ ଚାଷୀ ମାନଙ୍କ ଧାନ  ଉଠାଇବା ପାଇଁ କୌଣସି ବ୍ଯବସ୍ଥା କଲେ ନାହିଁ  । ନିର୍ବାଚନ ସମୟରେ ମିଲର୍ସ ମାନେ ବିଜୁ ଜନତା ଦଳ ସରକାରକୁ କୋଟି କୋଟି ଟଙ୍କାର ନିର୍ବାଚନ ପାଣ୍ଠି ଯୋଗାଇ ଦେଉଥିବାରୁ ରାଜ୍ୟ ସରକାର ମିଲର୍ସଙ୍କ ମର୍ଜି ଉପରେ ଧାନ ମଣ୍ତି ବ୍ଯବସ୍ଥା ଛାଡି ଦେଇ ହାତ ଟେକି ଦେଇଛନ୍ତି  ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରି ଏଫ୍.ଏ.କ୍ବ୍ଯ କୁ ଆଧାର କରି କଟନି,ଛଟନି ମାଧ୍ୟମରେ ପ୍ରତିବର୍ଷ ଓଡିଶାର କୃଷକ ମାନଙ୍କ ଠାରୁ ମିଲର୍ସଙ୍କ ଜରିଆରେ ପାଖାପାଖି ୧ ଶହ କୋଟି ଟଙ୍କା ସରକାର ଲୁଟ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି  । ଓଡିଶାରେ ୨୦ ବର୍ଷ ଚାଲିଥିବା କୃଷକ ବିରୋଧୀ ନବୀନ ସରକାର ବିରୋଧରେ ଆଗାମୀ ଦିନରେ ରାଜ୍ୟ ଚାଷୀଙ୍କ ହକ ଲାଗି ଏକ ଉଗ୍ର କୃଷକ ଆନ୍ଦୋଳନ ସାରା ରାଜ୍ୟରେ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି  ପ୍ରଦୀପ ପୁରୋହିତ ଆହ୍ବାନ ଦେଇଛନ୍ତି  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment