ଏରସମା,୦୫/୦୧(ପିପିଟି): ସିପିଆଇ ଏରସମା-ବାଲିତୁଠ ମିଳିତ ଜୋନାଲ କମିଟି ବୈଠକ ଆଜି ଏରସମାଠାରେ ସାଥି ବଇଁଶୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ପରିଷଦ ସଭ୍ୟ ସାଥି ଅଭୟ ସାହୁ, ଜିଲ୍ଲା ସମ୍ପାଦକ ସାଥି ଅଭିଜିତ ସାହୁ ଓ କୃଷକ ସଭା ରାଜ୍ୟ ସଭାପତି ସାଥି ଶଶିଭୂଷଣ ସ୍ୱାଇଁ ଜିଲ୍ଲା ସହ ସମ୍ପାଦକ ପିତାମ୍ବର ଦାସ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଏରସମା ଜୋନାଲ କମିଟି ସମ୍ପାଦକ ସାଥି ସର୍ବେଶ୍ୱର ବେଉରା, ସହ ସମ୍ପାଦକ ଦାମୋଦର ବେହେରା, ଶିବ ଚରଣ ବେହେରା ଓ ବାଲିତୁଠ ଜୋନ ସମ୍ପାଦକ ସାଥି ରାମ ଚନ୍ଦ୍ର ମୁଦୁଲି, ସହ ସମ୍ପାଦକ ସାଥି ବାସୁଦେବ ଖଣ୍ଡୁଆଳ ଓ ସାଥି ଶୁକଦେବ ଦାସ ପ୍ରମୁଖ ଆଲୋଚନା କରିବା ସହିତ ଏରସମା ବ୍ଲକର ସମସ୍ତ ଜିଲ୍ଲାପରିଷଦ ଜୋନରେ ପାର୍ଟି ପ୍ରାର୍ଥୀ ଦେବା ପାଇଁ ସ୍ଥିର ହୋଇଥିଲା । ୧ ନମ୍ବର ଜୋନରେ ସାଥି ଦେବାଶିଷ ପରିଜା, ୨ ନମ୍ବର ଜୋନରେ ସାଥି ଵାପିନା ମାରାଣ୍ଡି, ୩ ନମ୍ବର ଜୋନରେ କୃଷକ ସଭାର ରାଜ୍ୟ ସଭାପତି ସାଥି ଶଶିଭୂଷଣ ସ୍ୱାଇଁ ଓ ୪ ନମ୍ବର ଜୋନରେ ପୋସ୍କୋ ଓ ଜିନ୍ଦଲ ବିରୋଧୀ ସଂଗ୍ରାମର ନେତା ସାଥି ବାସୁଦେବ ଖଣ୍ଡୁଆଳ ପ୍ରତିନ୍ଦ୍ଵନ୍ଦିତା କରିବେ ବୋଲି ସର୍ବସମ୍ମତ ଭାବେ ସ୍ଥିର ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାଥି ଦେବାଶିଷ ପରିଜା, ସାଥି ପ୍ରଫୁଲ୍ଲ ଦାସ, ସାଥି ହୃଷିକେଶ ବିଶ୍ୱାଳ, ସାଥି ପ୍ରଭାତ ଦାସ, ସାଥି ରବୀନ୍ଦ୍ର ପାଇଟାଳ, ସାଥି ଲଷ୍ମୀଧର ମହାପାତ୍ର,ସାଥି ବାସୁଦେବ ଖଣ୍ଡୁଆଳ, ସାଥି ବସନ୍ତ ଦାସ, ସାଥି ମାଗୁଚରଣ ସ୍ୱାଇଁ, ସାଥି ସର୍ବେଶ୍ୱର ସାହୁ, ସାଥି ହରେକୃଷ୍ଣ ମଣ୍ଡଳ, ସାଥି ନଟବର ବାରିକ, ସାଥି ଶରତ ମଳିକ, ସାଥି ସୁରେନ୍ଦ୍ର ସ୍ୱାଇଁ, ସାଥି ଦେବଦତ୍ତ ଦାସ, ସାଥି କାହ୍ନୁ ଚରଣ ସ୍ୱାଇଁ,ସାଥି ନାରାୟଣ ନାୟକ, ସାଥି ପ୍ରଭଞ୍ଜନ ରାଉତ, ସାଥି ବିଜୟ ବେହେରା, ସାଥି ମହେଶ୍ୱର ମହାପାତ୍ର, ସାଥି ରତ୍ନାକର ନାୟକ,ସାଥି ଅମରେନ୍ଦ୍ର ଦାସ, ସାଥି ଭଗତ ମଳିକ, ସାଥି କ୍ଷୀରୋଦ ବିଶ୍ୱାଳ, ସାଥି ରାଜେନ୍ଦ୍ର ସ୍ୱାଇଁ, ସାଥି ବାବୁନି ସାମଲ, ସାଥି ଛବି ଖଟୁଆ, ସାଥି ମୁରଲୀଧର ସ୍ୱାଇଁ, ସାଥି କୈଳାଶ ଦାସ, ସାଥି ମହେନ୍ଦ୍ର ଜେନା,ସାଥି ନରହରି ଜେନା, ସାଥି ଅଶୋକ ମଳିକ, ସାଥି ଉତ୍ତମ ହାତୀ, ସାଥି ଭୋବନି ବାରିକ ପ୍ରମୁଖ ଯୋଗଦେଇଥିଲେ ।