ଏକଦିବସୀୟ ପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।

ବୋଲଗଡ଼,୦୬/୨୩(ପିପିଟି):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଖେଳ ପ୍ରତି ଥିବା ଅବଦାନ ସାରା ବିଶ୍ୱରେ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭାରତର ଜାତୀୟ ଖେଳ ହକିକୁ ପୁନର୍ଜୀବିତ କରିବା ପାଇଁ ଆୟୋଜିତ ପୁରୁଷ ହକି ବିଶ୍ୱ କପ -୨୦୨୩ କୁ ସାରା ଓଡିଶା ରେ ଘରେ ଘରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ସେହି ଅବସରରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ ବ୍ଲକ ବଡ଼କୁମାରୀ ଗ୍ରାମ ପଞ୍ଚାୟତ ରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ଉଦ୍ୟମରେ ଏକ ଭଲିବଲ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ। ଏଥିରେ ପଞ୍ଚାୟତର ମୋଟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ନାମେଣ୍ଟରେ ବଡ଼କୁମାରୀ ଦଳ ଡିହଖଉରୁଣୀ ଦଳକୁ ହରାଇ ଚମ୍ପିୟାନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵପ୍ନେଶ୍ଵର ବେହେରା ପରିଚାଳନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment