ଋଷୁକୁଲ୍ୟା ରୟତ ମହାସଭାର କୃଷକ ମୁକ୍ତି ଦିଵସ ପାଳିତ ।

କୋଦଳା,୦୯/୦୮(ପିପିଟି); ୧୯୪୨ ମସିହାରେ ଦଳିତ ଆଦିବାସୀ ଏବଂ କୃଷକ ଇଂଗ୍ରେଜମାନଙ୍କ ଅତ୍ୟାଚାର ତଥା ମୃତ୍ୟୁ ଦଣ୍ଡାଦେଶକୁ ମନେପକାଇ ଅଗଷ୍ଟ ୯ କୃଷକ ମୁକ୍ତି ଦିଵସ ପାଳିତ କରିଛନ୍ତି ବେଗୁନିଆପଡ଼ା ବ୍ଲକ ଶାଖା ଋଷୁକୁଲ୍ୟା ରୟତ ମହାସଭା । ଶାଖା ସଭାପତି ଜୋହନ ସ୍ବାଇଁ ,ସମ୍ପାଦକ ସ୍ବାଇଁ ଓ ଉପଦେଷ୍ଟା ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଦୁଇଗୋଟି ପଞ୍ଚାୟତ ଯଥା ସାନ ଉସ୍ତାପଡା ପଞ୍ଚାୟତର କେ.ରାଣିପଡା ଓ ମର୍ଦ୍ଦମେଖ ପଞ୍ଚାୟତର ଜୟସିଂହପୁର ଓ ଦିଗି ଏହୀ ତିନିଗୋଟି ଗ୍ରାମର କୃଷକ ସରକାରଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକର୍ଡ ଧରି ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମର ବହୁ ଚାଷୀ ବନ୍ଧୁ ୯ ଅଗଷ୍ଟ ୧୯୪୨ ମସିହାକୁ ମନେପକାଇ କୋଭିଡ କଟକଣା ଅନୁଯାୟୀ ସାମାଜିକ ଦୂରତ୍ୱ ବଜାୟ ରଖି ଏକ ରାଲି କରି ଗ୍ରାମ ପରିକ୍ରମା କରିସାରିବା ପରେ କର୍ପୋରେଟ କବରୁ କୃଷିକୁ ସମ୍ପୂର୍ଣ ମୁକ୍ତି କରିବା ଏବଂ କୃଷକମାନଙ୍କ ସମସ୍ତ ରୁଣ ପରିଶୋଧ କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ କୃଷକମାନେ ଦାବି ଉପସ୍ଥାପନା କରିଛନ୍ତି । ସେମାନଙ୍କ ଦାବି ମଧ୍ୟରେ ଫସଲବୀମା ସମୟସୀମା ଅକ୍ଟୋବର ୩୧ ପର୍ଯନ୍ତ ଘୁଞ୍ଚାଇବା , ସବୁ ଭାଗଚାଷୀଙ୍କୁ ରୁଣ ଯୋଗାଇବା ,ଜମିକୁ ପାଣି ଦେବା , ଚାଷି ବିରୋଧୀ ଅଧ୍ୟାଦେଶ ପ୍ରତ୍ୟାହାର , ତଳି ପୋଡି ଓ ଗଜାମରୁଡ଼ିର କ୍ଷତିପୁରଣ ,ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପ୍ରଭୃତି ଦାବି ଉପସ୍ଥାପନ କରିଥିଲେ ।ସେହି ଦାବି ଗୁଡିକୁ ଲିଖିତ ଆକାର ରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସୋମବାର ବିଡିଓଙ୍କୁ ପ୍ରଦାନ କରାଯାଇଛି ବୋଲି ସଭାପତି କହିଛନ୍ତି ।

Comments (0)
Add Comment