ଉଲୁଣ୍ଡା ବ୍ଲକରୁ କାଳିଆ ଟଙ୍କା ଫେରାଇବେ ୩୩୫ ଜଣ ଅଯୋଗ୍ୟ ହିତାଧିକାରୀ ।

ଉଲୁଣ୍ଡା,୨୯/୦୭(ପିପିଟି); ରାଜ୍ୟ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଦାନ କରାଯାଇଥିବା କାଳିଆ ଟଙ୍କା ରେ କେତେକ ଅଯୋଗ୍ୟ ହିତାଧିକାରୀ ସାମିଲ ଥିବା ଜଣାପଡିବା ପରେ ସେମାନଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ନୋଟିସ ଜାରି କରି ଟଙ୍କା ଫେରାଇବା ପାଇଁ ଅନୁରୋଧ କରିଛନ୍ତି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ମୋଟ ୩୩୫ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ କୃଷି ବିଭାଗ ପକ୍ଷରୁ ନୋଟିସ ଜାରି କରିବା ସହିତ ଏକ ମାସ ମଧ୍ୟରେ ନିର୍ଦ୍ଧିଷ୍ଟ ଆକାଉଣ୍ଟରେ ଜମା କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ଫଳରେ ଅଯୋଗ୍ୟ ହିତାଧିକାରୀ ମନରେ ଏବେ ଛନକା ପଶିଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୭ ପଂଚାୟତରେ ୩୩୫ ଜଣ ଅଯୋଗ୍ୟ ହିତାଧିକାରୀ ରହିଥିବାବେଳେ ବିସିପଡା ପଂଚାୟତରେ ସର୍ବାଧିକ ୪୮ ଜଣ ଏବଂ ସିଂଢୋଲ ପଂଚାୟତରେ ସର୍ବନିମ୍ନ ୫ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତୁ ।ବ୍ଲକର ଅନ୍ୟ ପଂଚାୟତ ଗୁଡିକରେ ପଂଚମହଲାରେ ୨୪,ନିମନାରେ ୧୧ ଜଣ,ଉଲୁଣ୍ଡାରେ ୨୨ ଜଣ, ଜାଲୋଏରେ ୪୧,ରକ୍ସାରେ ୧୬ ଜଣ,ମୁଂଡଘାଟରେ ୧୪,ଖେମାଲୋଏରେ ୧୪ ଜଣ,ଏସ.ପତ୍ରାପାଲି ୧୫ ଜଣ,ଚଡେଇପଙ୍କ ୨୩ ଜଣ,ଯଉଁରାଭଉଁରା ରେ ୧୭ ଜଣ,କୋଟସମଳାଇରେ ୨୭ ଜଣ,ମହଦା୧୪ ଜଣ,କାଦୋଦରରେ ୩୨ ଜଣ,କଳାପଥରରେ ୬ ଜଣ,ଲସ୍ତଲାରେ ୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବା ପାଇଁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।

Comments (0)
Add Comment