କୋରାପୁଟ,ତା- ୨୩/୬(ପିପିଟି); କୋରାପୁଟ ଜିଲ୍ଲା ରହିଥିବା ଦଶମନ୍ତପୁର ବ୍ଳକର ଅଞ୍ଚଳବାସୀଙ୍କ ନିମନ୍ତେ ଦୀର୍ଘ ବର୍ଷ ଧରି ଅପେକ୍ଷା ରହିଥିବା ଆଶା ପୂରଣ ହୋଇ ଥିବାର ଦେଖିବାକୁ ମିଳିଛି। ଆଗରୁ ପେଟ୍ରୋଲ କି ଡିଜେଲ ଆଣିବାକୁ ହେଲେ ଦଶମନ୍ତପୁର ଅଞ୍ଚଳବାସୀଙ୍କ ନିକଟରେ ଛଟଗାଡି ରୁ ଆରମ୍ଭ କରି ବଡଗାଡି ପର୍ଯ୍ୟନ୍ତ ଚାଳକ ମାନେ କୋରାପୁଟ, ପୋଡାଗଡ, ଲକ୍ଷ୍ମୀପୁର,ଟିକିରି ଏବଂ ନଚେତ୍ ସ୍ଥାନୀୟ ଦୋକାନୀ ମାନେ କମ୍ ଦରରେ ଆଣି ବହୁ ଦରରେ ତେଲ ବିକୁଥିବାରୁ ନାଇ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଅଞ୍ଚଳବାସୀ। କିନ୍ତୁ ଏବେ ସ୍ଥାନୀୟ ଦଶମନ୍ତପୁର ଅଞ୍ଚଳରେ ପେଟ୍ରୋଲ ଟାଙ୍କି ହେବା ଦ୍ଵାରା ଏହି ଅଞ୍ଚଳବାସୀ ବହୁତ ଉପକୃତ ହେବା ସହ ଚାଳକ ମାନଙ୍କ ବହୁ ସମସ୍ୟା ଦୂର ହେବ ବୋଲି ପେଟ୍ରୋଲ ଟାଙ୍କି ମାଳିକାଣୀ ସୁନିତା ଦାସ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଲଳିତ କୁମାର କହଁର ଯୋଗ ଦେଇ ରିବନ୍ କାଟି ଉଦ୍ଘାଟନ କରି ଥିବା ବେଳେ ଉପସ୍ଥିତ ଥିଲେ ସ୍ଥାନୀୟ ଅଞ୍ଚଳର ଆଇଆଇସି କ୍ଷୀରେଶ୍ବର ସାହୁ,ଏସ୍ ଆଇ ବାବୁଲା ପ୍ରଧାନ,ବିଡିଓ ଦମ୍ରୁଧର ମଲ୍ଲିକ,ତହସିଲଦାର ଅଜୟ ପ୍ରକାଶ ତିର୍କି,ତାହା ସହ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତତହସିଲଦାର କୃଷ୍ଣଚନ୍ଦ୍ର ଦାସ, ଏବଂ ରାଜେନ୍ଦ୍ର ଭତ୍ରା ଇତ୍ୟାଦି। ଦୀର୍ଘ ବର୍ଷପରେ ଏହି ପେଟ୍ରୋଲ ଟାଙ୍କି ହୋଇ ଥିବା ଯୋଗୁଁ ଅଞ୍ଚଳବାସୀଙ୍କ ନିକଟରେ ଆନନ୍ଦର ଲହରୀ ଉଠୁଥିବା ର ଦେଖିବାକୁ ମିଳିଛି।
ରିପୋର୍ଟ – ତପନ ହିଆଲ।