ଆସିକା,୧୯/୦୯(ପିପିଟି): ବାଙ୍ଗରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍ଗରଡ଼ା ଗ୍ରାମ ଠାରେ ଆସିକା ବିଜୁ ଜନତା ଦଳ ତରଫରୁ ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇ ଅଛି ଏବଂ ଏହା ସହ ପଞ୍ଚାୟତ ଅଫିସ ଉଦଘାଟନ ଓ କଲ୍ୟାଣ ମଣ୍ଡପ ଉଦଘାଟନ ହୋଇଯାଇଅଛି, ଏହି ସଭାରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଏବଂ ବିଜେଡିର ବହୁ ନେତୃବୃନ୍ଦ ଯୋଗଦାନ କରିଛନ୍ତି ।