ଆଜି ଭଞ୍ଜନଗରରେ ୯ଜଣ ଆକ୍ରାନ୍ତ ଚିହ୍ନଟ ।

ଭଞ୍ଜନଗର,୦୪/୦୭(ପିପିଟି);ଗତକାଲି ଭଞ୍ଜନଗର ଅଞ୍ଚଳରେ ଗୋଟିଏ ଦିନରେ ୨୫ଟି ପଜିଟିଭ ଚିହ୍ନଟ ହୋଇଥବା ବେଳେ ଆଜି ପୁଣି ୯ଟି ନୂଆ କେଶ ସାମ୍ନାକୁ ଆସିଛି।ତେଣୁ ଦିନକୁ ଦିନ ଏହି ବ୍ୟାଧି ଯେପରି ବ୍ୟାପିବାରେ ଲାଗିଛି ଆମେ ସମସ୍ତେ ସତର୍କ ନହେଲେ ଆଗକୁ ବିପଦ ସୁନିଶ୍ଚିତ। ତେଣୁ ସମସ୍ତେ ଘରେ ପରିବାର ସହ ରୁହନ୍ତୁ।ଆଜି ଚିହ୍ନଟଙ୍କ ମଧ୍ୟରେ ବଡ଼ କୋଦଣ୍ଡା ଗ୍ରାମର ଜଣେ ଓ ବାକି ଭଞ୍ଜନଗର ଏନ.ଏ.ସିର ୮ଜଣ ରହିଛନ୍ତି।ସେଥିମଧ୍ୟରୁ ଭେଜିପୁଟ ବାଙ୍କସାଲ ସାହିରୁ ୨ଜଣ, ବାଲି ସାହିର ଜଣେ, ମେଡିକାଲ ର ୨ଜଣ ସ୍ୱାସ୍ଥ୍ୟ କର୍ମୀ,ମସଜିଦ ନିକଟ ସାହିର ଜଣେ, ବଗଦେବୀ ରୋଡ଼ରୁ ଜଣେ ଓ ଏଚ.ଡ଼ି.ଏଫ.ସି ବ୍ୟାଙ୍କ କର୍ମଚାରୀ ଜଣେ ଥିବା ଜଣାପଡିଛି। ତେଣୁ କୋଭିଡ଼ ନିୟମ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment