ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲେ ସୁକିନ୍ଦା ବିଧାୟକ ।

ଯାଜପୁର,(ପିପିଟି)୧୫/୦୬ , ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଦୁଧୁଝରି ପଞ୍ଚାୟତ ପୋବଲ ଗ୍ରାମର ଅସହାୟ ବିଧବା ମହିଳା  ସଂଗୀତ ମୁଣ୍ଡା  ଦିନେ ଖାଇଲେ ଦିନେ ଉପାସ କିଛି ବର୍ଷ ପୂର୍ବେ ସ୍ୱାମୀ ରୋଗାକ୍ରାନ୍ତ ହୋଇ ମୃତ୍ୟ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟ ପରେ ଜଣେ ସଙ୍ଗୀତର ଦୁଇ ପୁତ୍ର ଧରି ବହୁ ଦୁଃଖ କଷ୍ଟରେ ଘର ଚଳୁଥିଲା ନଥିଲା ବି କିଛି ସରକାରୀ ସୁବିଧା ଏହା ଖବର ପାଇଁ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ସଙ୍ଗୀତ ଙ୍କ ପାଖରେ ପହଞ୍ଚି ବିଧବା ଭତ୍ତା ମିଳିବାର ବ୍ୟବସ୍ଥା। ସଙ୍ଗୀତାଙ୍କ ପରିବାରକୁ ଆବାସ ଯୋଜନାରେ ପକ୍କା ଘର ଏବଂ ଅନ୍ତୋଦୟ ଯୋଜନାରେ ମାସିକ ୩୫କେ.ଜି ଚାଉଳ ଯୋଗାଇବା ଲାଗି ପ୍ରଶାସନିକ ଅଧିକାରୀଙ୍କୁ ବିଧାୟକ ଘଡ଼ାଇ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ଘଡେଇ ସଙ୍ଗୀତାର ଦୁଃଖ ଦେଖି ଆଖି ଛଳ ଛଳ ହୋଇପଡିଥିଲା ଓ ସଙ୍ଗୀତାକୁ କହିଥିଲେ ମୋ ମୋବାଇଲ ନମ୍ବର ରଖିଥା ଯେତେବେଳେ କିଛି ଅସୁବିଧା ହେବ ମୋତେ ତୁରନ୍ତ ଫୋନ କରିବ ମୁଁ ତୁରନ୍ତ ଆସି ପହଞ୍ଚିବି ।

Comments (0)
Add Comment