ମାଲକାନଗିରି,ତା:୧୦/୦୮(ପିପିଟି); ଗତ ୬ ତାରିଖ ଦିନ ସିନ୍ଧ୍ରିମାଳ କସ୍ତୁରୀବା ଗାନ୍ଧି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତୀମା ନାୟକ ମୋ ସ୍କୁଲ ଅଭିଯାନ ନାମରେ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ବିଭିନ୍ନ ଗଣ ମାଧ୍ଯମରେ ପ୍ପକାଶ ପାଇଲା ପରେ ଏହାକୁ ଗୁରୁତ୍ବ ଦେଇ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ମାଲକାନଗ୍ରି ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରା ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଫଳରେ ଘଟଣାଟି ସତ୍ଯ ହେବା ତଦନ୍ତରୁ ଜଣା ପଡିବା ପରେ ଆଜି ପ୍ରଧାନ ଶିକ୍ଷୟିତ୍ରୀ ପ୍ରତୀମା ନାୟକଙ୍କୁ କାର୍ଯ୍ଯରୁ ନିଲମ୍ବିତ କରାଯାଇଛି । ସିନ୍ଧ୍ରିମାଳ କସ୍ତୁରିବା ଗାନ୍ଧି ବିଦ୍ୟାଳୟରେ ଚଳିତ ଦଶମ ଶ୍ରେଣୀରେ କିଛି ଛାତ୍ରୀ ଦଶମ ଶ୍ରେଣୀରେ ପାଶ କରିଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରାୟ ୨୫ ରୁ ୩୦ ଛାତ୍ରୀଙ୍କ ଠାରୁ ସାର୍ଟିଫିକେଟ ଦେବା ସମୟରେ ୧୦୦୦ ରୁ ୧୫୦୦ ଟଙ୍କା ମୋ ସ୍କୁଲ ଅଭିଯାନ,ସ୍କୁଲ ପାଚେରୀ ନିର୍ମାଣ ଏବଂ ସ୍କୁଲର ଅନ୍ୟ କାମରେ ଲାଗିବ କହି ଅର୍ଥ ଆଦାୟ କରିଥିଲେ l ଅର୍ଥ ନେବା ପରେ ଛାତ୍ରୀ ମାନଙ୍କୁ କୌଣସି ପ୍ରକାର ରସିଦ ମଧ୍ୟ ଦେଇ ନଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଦ୍ୱାରା ଶୋଷିତ ହୋଇଥିବା ଦଶମ ଶ୍ରେଣୀ ଛାତ୍ରୀମାନଙ୍କ ମଧ୍ୟରୁ ଛାତ୍ରୀ କନ କଲତା ଖରା,ପିତା ମଧୁ ଖରା , ଛାତ୍ରୀ ରଶ୍ମିତା ଖରା ,ପିତା ରତନ ଖରା , ଛାତ୍ରୀ ରଶ୍ମିତା ପଡିଆମୀ ,ପିତା ସୋନୁ ପଡିଆମୀ ,ଛାତ୍ରୀ ବିଦୁସ୍ମିତା କୋଡେ ,ପିତା କମଲୁ କୋଡେ , ଛାତ୍ରୀ ଶବନମ ହରିଜନ , ପିତା ସଦାଶିବ ହରିଜନ ,ଉକ୍ତ ଛାତ୍ରୀ ମାନେ ଗଣ ମାଧ୍ଯମ ଆଗରେ ଅଭିଯୋଗ କରିଥିଲେ । ସେମାନଙ୍କ ପରିବାର ସଦସ୍ୟମାନେ ଏହା ମଧ୍ୟ କହିଥିଲେ ଯେ ପ୍ରଧାନଶିକ୍ଷୟତ୍ରୀ ଏବଂ ଆକାଉଣ୍ଟାଟ ମାଡାମ ବ୍ୟାଙ୍କ ପାସ ବୁକ ଖୋଲିବା ପାଇଁ ମଧ୍ୟ ସେମାନଙ୍କ ଠାରୁ ସ୍କୁଲର ପ୍ରାୟ ଛାତ୍ରୀମାନଙ୍କ ଠାରୁ ୨୦୦ରୁ ୫୦୦ ଟଙ୍କା ଅର୍ଥ ଆଦାୟ କରିଛନ୍ତି । ଦୁଃଖର ବିଷୟ ଏହି କି ଯେ ପ୍ରଧାନ ଶିକ୍ଷୟତ୍ରୀ ଦ୍ୱାରା ଶୋଷଣ ହୋଇଥିବା ଛାତ୍ରୀମାନେ ଶ୍ରମିକ ପରିବାରର ହୋଇଥିବା ବେଳେ କିଛି ଛାତ୍ରୀଙ୍କ ମା’ ବାପା କରୋନା ମହାମାରୀ ସମୟରେ ଦିନ ମଜୁରୀ କାମ କରି ନିଜ ପରିବାରର ପେଟ ପୋଷିବା କଷ୍ଟ ହୋଇଥିବା ବେଳେ ସେମାନଙ୍କୁ ସରକାର ତରଫରୁ ସାହାଯ୍ୟ ମିଳିବା ବଦଳରେ ସେମାନଙ୍କୁ ଏହି ଭଳି ସ୍କୁଲ ପାଚେରୀ ନିର୍ମାଣ, ମୋ ସ୍କୁଲ ଅଭିଯାନ, ନାମରେ ଅର୍ଥ ଆଦାୟ କରିବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନାଙ୍କୁ ପଚାରିଲା ପରେ ସେ କହିଲେ ଯେ ଉକ୍ତ ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ତଦନ୍ତ ପାଇଁ ମାଲକାନଗରି ବ୍ଲକ ଶିକ୍ଷା ଅଧିକାରୀ ଏବଂ ଏବିଇଓ ଅଶୋଭ ରଞ୍ଜନ ମାଳି ଘଟଣା ସ୍ଥଳରେ ପହଞ୍ଚି ସତ୍ଯାସତ ଜାଣିଲା ପରେ ଆଜି ଚିଠି ନଂ ୧୮୨୦/୯.୮.୨୦୨୧
ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତୀମା ନାୟକଙ୍କୁ କାର୍ଯ୍ଯରୁ ନିଲମ୍ବିତ କରାଯାଇଛି । ପୂର୍ବରୁ ମଧ୍ଯ ସେ କାର୍ଯ୍ଯରୁ ନିଲମ୍ବିତ ହୋଇଥିଲେ ମଧ୍ଯ କସ୍ତୁରିବା ଗନ୍ଧି ବିଦ୍ଯାଳୟ ପୁନର୍ବାର ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବ ନେଇ ଛାତ୍ରୀଙ୍କ ବେଆଇନ ଅର୍ଥ ଆଦାୟ ମହଙ୍ଗା ପଡିଲା । ପ୍ରକାଶ ଥାଉକି କସ୍ତୁରିବା ଗାନ୍ଧି ବିଦ୍ଯାଳୟରେ ଯେଉଁ ଆଦିବାସୀ ଛାତ୍ରୀମାନେ ରହି ପାଠ ପଢୁଛନ୍ତି ସରକାର ସେମାନଙ୍କ ପାଇଁ ମାସିକ ବୃତ୍ତିର ବ୍ଯବସ୍ଥା କରିଥିବା ବେଳେ ମଧ୍ଯାହ୍ନ ଭୋଜନର ମଧ୍ଯ ବ୍ଯବସ୍ଥା ରହିଛି । ତେଣୁ ଯେଉଁମାନେ ଏହି ଛାତ୍ରୀ ଆବାସିକ ଚଳାଇଥାନ୍ତି ପ୍ରତି ମାସରେ ମୋଟା ଅଙ୍କର ଟଙ୍କା ହାତେଇ ଥାନ୍ତି । ଏଣୁ କସ୍ତୁରବା ଗାନ୍ଧି ବିଦ୍ଯାଳୟକୁ ବଦଳି ହୋଇ ଯିବା ଲାଗି ପ୍ରଧାନ ଶିକ୍ଷୟିତ୍ରୀ ମାନେ ଉତ୍କଣ୍ଠା ଲାଗି ରହିଥାଏ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)