ଅଭିଶପ୍ତ ପଦ୍ମପୁର ! ମହାପ୍ରୟାଣ ଗାଡିଟିଏ ନାହିଁ ।

ପଦ୍ମପୁର,(ପିପିଟି)୦୧/୦୫ :- ପଦ୍ମପୁର ସରକାରୀ ଡାକ୍ତରଖାନାରେ ଲୋକଙ୍କୁ ଅନେକ ଅଭାବନୀୟ ପରିସ୍ଥିତି ରେ ଗତି କରିବାକୁ ପଡିଥାଏ । ବରଗଡ ଜିଲ୍ଲା ର ପଦ୍ମପୁରକୁ ସରକାର ବାହାଦୂର ଘୋଷଣା ପରଠାରୁ ମହାପ୍ରୟାଣ ଗାଡିଟିଏ ଅଦ୍ୟାବଧି ଆସିନାହିଁ । ସରକାରୀ ସ୍ତରରେ ସରକାର ବିଜ୍ଞାପନ ଦେବାରେ ମାହିର ।ହେଲେ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଶବବ୍ୟବଛେଦ ସେଣ୍ଟରରେ ଶବ ବ୍ୟବଛେଦ ପରେ ଲୋକଙ୍କୁ ପ୍ରାଇଭେଟ ଟ୍ରେକରକୁ ଆଶ୍ରା କରିବାକୁ ପଡିଥାଏା ମୋଟା ଅଙ୍କ ଗଣି ଗାଡିଟିକୁ କେତେ ହାରିଗୁହାରୀ କାକୁତି ମିନତୀ ପରେ ଶବକୁ ପଠାଯାଇଥାଏ । ଶବବ୍ୟବଛେଦ ସେଣ୍ଟର ଥାଇ ପଦ୍ମପୁର ରେ ମହାପ୍ରୟାଣ ଗାଡିଟି ନଥିବା ବଡ ଦୁଃଖ ଓ ପରିତାପର ବିଷୟ ଅଟେ ଉକ୍ତ ଡାକ୍ତରଖାନା କୁ ଜମଲା,ଗାଇସିଲେଟ,ବୁକୁରାମୁଣ୍ଡା,ପାଇକମାଲ,ଜାମସେଠ,ଝିଟକି,ଝାରବନ୍ଦ,ଡଭା ଭଳି ଦୁରଦୂରାନ୍ତ ର ଲୋକେ ନିର୍ଭର କରିଥାଆନ୍ତିା ଏଣୁ ଯଥାଶୀଘ୍ର ମହାପ୍ରୟାଣ ଗାଡିଟିଏ ଯୋଗାଇ ଦେବାକୁ ବିଭାଗୀୟ ମନ୍ତ୍ରୀ ନବ ଦାସଙ୍କୁ ଜନସାଧାରଣ ଦାବୀ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment