ଅନ୍ତିମ ଦିବସରେ ପୋଲସରା ବ୍ଳକ ରୁ ୧୧ ଜଣ ଜିଲ୍ଲା ପରିଷଦ ସଭ୍ୟ , ୫୭ ସରପଞ୍ଚ , ୫୩ ସମିତି ସଭ୍ୟ ଏବଂ ୨୬୯ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ମନୋନୟନ ପତ୍ର ଦାଖଲ।

ପୋଲସରା,୨୧/୦୧(ପିପିଟି): ତ୍ରୀସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଅନ୍ତିମ ଦିବସ ରେ ଆଜି ପୋଲସରା ବ୍ଳକ ରୁ ୧୧ ଜଣ ଜିଲ୍ଲା ପରିଷଦ ସଭ୍ୟ , ୫୭ ଜଣ ସରପଞ୍ଚ , ୫୩ ଜଣ ସମିତି ସଭ୍ୟ ଏବଂ ୨୬୯ ୱାର୍ଡ ସଭ୍ୟ ପ୍ରାର୍ଥୀ ନିଜ ନିଜ ର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୋଲସରା ବ୍ଳକ ଅନ୍ତର୍ଗତ ୩୮ ନମ୍ବର ଗଞ୍ଜାମ ଜିଲ୍ଲା ପରିଷଦ ଜୋନ ସକାଶେ କଂଗ୍ରେସ ଦଳ ପକ୍ଷରୁ ପଞ୍ଚାନନ ନାୟକ , ଭାରତୀୟ ଜନତା ପାର୍ଟି ପକ୍ଷରୁ ଧର୍ମେନ୍ଦ୍ର କୁମାର ପାଢ଼ୀ ଏବଂ ଶାସକ ବିଜୁ ଜନତା ଦଳ ପକ୍ଷରୁ ଅଶୋକ କୁମାର ବିଷୋୟୀ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିପରି ୩୯ ନମ୍ବର ଜୋନ ରୁ କଂଗ୍ରେସ ଦଳର ପ୍ରଭାସିନୀ ସାହୁ ଓ ବିଜେଡିର ଝୁନୁ ଦାସ ଏବଂ ୪୦ ନମ୍ବର ଜୋନରୁ କଂଗ୍ରେସ ଦଳ ର ରୋହିତ ମହାପାତ୍ର , ବିଜେପିର ସନ୍ତୋଷ ମଳିକ ଓ ବିଜେଡି ପକ୍ଷରୁ ବିକ୍ରମ କୁମାର ନାୟକ ନିଜ ନିଜର ପ୍ରାର୍ଥୀ ପତ୍ର ଛତ୍ରପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ଏମାନଙ୍କ ବ୍ୟତୀତ ୩୮ ନମ୍ବର ଯୋନ ରୁ ସସ୍ମିତା ତରାଇ , ୩୯ ନମ୍ବର ଯୋନ ରୁ ମଞ୍ଜୁଳା ସାହୁ ଏବଂ ୪୦ ନମ୍ବର ଜୋନରୁ ପ୍ରିୟଙ୍କା ନାୟକ ଓ ସନ୍ତୋଷ ମଳିକ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ପୋଲସରା ବ୍ଳକ ରୁ ସର୍ବାଧିକ ୫୭ ଜଣ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। କଣଛାଇ ପଞ୍ଚାୟତ ରୁ ସର୍ବାଧିକ ୬ ଜଣ , ବର୍ତ୍ତିନୀ ପଞ୍ଚାୟତ ରୁ ୫ ଜଣ ,ସୋଡକ, ଖଣ୍ଡୁରୁ ଓ ଭାବରଡା ପଞ୍ଚାୟତ ରୁ ୪ ଜଣ ଲେଖାଏଁ , ବୁଢେଇସୁଣି , ଜକର , କେନ୍ଦୁବାଡି ଓ ମାଳ ତେନ୍ତୁଳିଆ ପଞ୍ଚାୟତ ରୁ ୩ ଜଣ ଲେଖାଏଁ , ବାଲିଘାଇ, ବେଲଗାଁ,ଢୁଙ୍କାପଡା,ଘୋଡାପଲାଣ,ଜାଗିଲି ଡେଙ୍ଗାପଦର, ମନ୍ଦାର, ପାଣ୍ଡିରିପଡା ଓ ରୁମାଗଡ ପଞ୍ଚାୟତ ରୁ ୨ ଜଣ ଲେଖାଏଁ ଏବଂ ବଡ଼ ପଙ୍କଳବାଡି, ବନ୍ଥପଲ୍ଲୀ,ଚିରିକିପଡା ଶାସନ, କଳମ୍ବ ,ମଧୁପଲ୍ଲୀ ଓ ନିମିନା ଗ୍ରାମ ପଞ୍ଚାୟତ ରୁ ଜଣେ ଲେଖାଏଁ ସରପଞ୍ଚ ପ୍ରାର୍ଥୀ ନିଜ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି। ସେହିପରି ଆଜି ପୋଲସରା ବ୍ଳକ ରେ ୫୩ ଜଣ ସମିତି ସଭ୍ୟ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି। ଆଜି ପୋଲସରା ବ୍ଳକ ଅନ୍ତର୍ଗତ ବୁଢେଇସୁଣି ଗ୍ରାମ ପଞ୍ଚାୟତରୁ ସର୍ବାଧିକ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିଜ ନିଜ ର ମନୋନୟନ ପତ୍ର ଦାଖଲ କରିଥିବା ବେଳେ ହାତିଓଟ,କେନ୍ଦୁବାଡି ଓ ବର୍ତ୍ତିନି ପଞ୍ଚାୟତ ରୁ ୪ ଜଣ ଲେଖାଏଁ , ରୁମାଗଡ,ଖଣ୍ଡୁରୁ,ଢୁଙ୍କାପଡା ଓ ବାଲିଛାଇ ପଞ୍ଚାୟତରୁ ୩ ଜଣ ଲେଖାଏଁ , ଘୋଡାପଲାଣ, ମାଳ ତେନ୍ତୁଳିଆ ଓ ଜକର ପଞ୍ଚାୟତରୁ ୨ ଜଣ ଲେଖାଏଁ ଏବଂ ଚିରିକିପଡା ଶାସନ , ଗୋଛାବାଡି କଣଛାଇ ଓ ବନ୍ଥପଲ୍ଲୀ ପଞ୍ଚାୟତରୁ ଜଣେ ଲେଖାଏଁ ସମିତି ସଭ୍ୟ ପ୍ରାର୍ଥୀ ନିଜ ନିଜ ର ମନୋନୟନ ପତ୍ର ଦାଖଲ କରିଛନ୍ତି। ଆଜି ମଧ୍ୟ ହାତିଓଟ ଗ୍ରାମ ପଞ୍ଚାୟତକୁ ବାଦ ଦେଇ ବାକି ୨୫ ଟି ଗ୍ରାମ ପଞ୍ଚାୟତରୁ ୨୬୯ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ଦାଖଲ କରିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।

Comments (0)
Add Comment