ଅତ୍ୟାବଶ୍ୟକ ସମୟରେ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଯୁବକ ।

କୋଦଳା,(ପିପିଟି ନ୍ଯୁଜ୍)୧୪/୦୪ – ବେଗୁନିଆପଡ଼ା ବ୍ଲକ୍ ଅଙ୍ଗାର ଗାଁ ପଞ୍ଚାୟତର ନୂଆଗଡ଼ ଗ୍ରାମର ମହିଳା ଲତା ବେହେରା l ଗତ କାଲି ରାତିରେ ହଠାତ୍ ତାଙ୍କ ଦେହର ଅବସ୍ଥା ଗୁରୁତ୍ତର ହେବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମ୍ କେ ସି ଜି କୁ ନିଆଗଲା l ଡାକ୍ତର୍ ତୁରନ୍ତ  ୩ ବୋତଲ ରକ୍ତ ଯୋଗାଡ଼ କରିବା ପାଇଁ କହିବା ପରେ ରକ୍ତ ଭଣ୍ଡାର ପକ୍ଷରୁ ତୁରନ୍ତ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇଥିଲା l କିନ୍ତୁ ଆଉ ରକ୍ତ ଯୋଗାଡ଼ କରିବା କଷ୍ଟ ହୋଇ ପଡିଥିଲା l କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖି ତାଙ୍କ ସମ୍ପର୍କୀୟ ଏହି ଖବର ସେ ନିଜ ଗାଁ କୁ ଫୋନ ଯୋଗେ ଜଣାଇବା ପରେ ଗ୍ରାମର ଜଣେ ବ୍ୟକ୍ତି ବି ପଜିଟିଭ ରକ୍ତ ଆବଶ୍ୟକ ଖବରକୁ ବିଭିନ୍ନ ଗ୍ରୁପ ରେ ପୋଷ୍ଟ କରିବା ପରେ ଏହା ଦେଖି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମର  ଯୁବକ ଦ୍ୱିତୀକୃଷ୍ଣ ଦୋରା ତୁରନ୍ତ ନିଜ ବାଇକ୍ ରେ ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାରକୁ ଆସି ରକ୍ତଦେଇ ମହିଳାଙ୍କ ଜୀବନ ବଞ୍ଚାଇଥିଲେ l କରୋନା ସମୟରେ ଯୁବକଙ୍କ ଏପରି ମହାନୀୟତା କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି l

Comments (0)
Add Comment