ବାଇକ ଦୁର୍ଘଟଣାରେ ଜଣେ ମୃତ, ୨ଗୁରୁତର ।

0 329

ଭଞ୍ଜନଗର,୧୩/୦୯(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ନିକଟ ଡେଙ୍ଗା ପଦର ପୋଲ ନିକଟରେ ରବିବାର ରାତି ୧୦ଟା ସମୟରେ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ସୂଚନା ମୁତାବକ ଗାମୁଣ୍ଡି ଗ୍ରାମର ମନୋଜ ବେହେରା,ଚନ୍ଦନ ପ୍ରଧାନ ଓ ସୁଶାନ୍ତ ପ୍ରଧାନ ତିନିହେଁ ମିଶି ଗୋଟିଏ ବାଇକରେ କୌଣସି କାମରେ ଭାଲିଆ ଖାଇ ଗ୍ରାମକୁ ଯାଉଥିବା ବେଳେ ଉକ୍ତ ସ୍ଥାନରେ ସାମ୍ନା ପଟୁ ଏକ ଟାଟା ଏସି ଗାଡ଼ି ଆସି ଧକ୍କା ଦେବାରୁ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଆହତ ଯୁବକ ମାନେ କହିଛନ୍ତି। ଘଟଣା ସ୍ଥଳରେହିଁ ସୁଶାନ୍ତ(୩୫) ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁହେଁ ଆହତ ହୋଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ସମସ୍ତଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ।ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସୁଶାନ୍ତର ମୃତ ଦେହକୁ ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.