ୱାଟ୍ସଅପ ଭିଡିଓ କ୍ଲିପକୁ କେନ୍ଦ୍ର କରି ବିଶୃଙ୍ଖଳା ।

0 325

ମାଲକାନଗିରି,୧୫/୧୨(ପିପିଟି):
ଗତ ୨୭.୧୦.୨୦୨୨ ତାରିଖ ଦିନ ଏମଭି-୭୮ ଗ୍ରାମରେ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଞ୍ଚାୟତ ଏମଭି-୧୦୪ ଗ୍ରାମର ଗୋପାଳ ମଣ୍ଡଳ (୪୯) ତାଙ୍କ ସ୍ତ୍ରୀ ସହ ଶ୍ବଶୁର ଘର ଏମଭି-୭୮ ଗ୍ରାମକୁ ଉକ୍ତ ଉତ୍ସବକୁ ଦେଖିବାକୁ ଯାଇଥିଲେ। ସେହି ଦିନ ସ୍ବାମୀ ସ୍ତ୍ରୀ ମିଳିତ ଭାବେ ପଡିଆର କିଛି ଦୂରରେ ଠିଆ ହୋଇଥିଲେ । ସେହି ସମୟରେ ତାଙ୍କ ମୋବାଇଲର ୱାଟ୍ସଅପ ମାଧମରେ ଦେବି ସରସ୍ୱତୀଙ୍କର ଏକ ଭିଡିଓ କ୍ଲିପ ଆସିଥିଲା। ଉକ୍ତ ଭିଡିଓ କ୍ଲିପକୁ ଉଭୟେ ସ୍ବାମୀରେ ସ୍ତ୍ରୀ ଦେଖି ପରସ୍ପର କଥାବାର୍ତ୍ତା ହେଉଥିବା ସମୟରେ ଉକ୍ତ ଗ୍ରାମର ଜଣେ ବୃଦ୍ଧ ଏହି କଥପୋକଥନକୁ ସ୍ବାମୀ ସ୍ତ୍ରୀଙ୍କ ପଛ ପଟେ ଲୁଚି ରହି ଶୁଣି ଗ୍ରାମ ବାସୀଙ୍କୁ କହିଥିଲା । ସେହି ଗ୍ରାମର ଦିଲ୍ଲୀପ ବାଗଚି ନାମକ ଜଣେ ବ୍ୟକ୍ତି ଏହି କଥାରେ ଉତ୍ତେଜିତ ହୋଇ ଗୋପାଳ ମଣ୍ଡଳଙ୍କୁ ବହୁତ ଅଭଦ୍ର ଭାଷାରେ ଗାଳି ଗଲୁଜ କରିବା ସହ ସାର୍ଟର କଲର ଧରି ନାତ ଗୋଇଠା ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ଗୋପାଳ ମଣ୍ଡଳ ଏମଭି-୭୯ ଥାନାରେ ଗତ ୨୯ ତାରିଖ ଦନ ଦିଲ୍ଲୀପ ବାଗଚି ଙ୍କ ନାମରେ ଏତଲା ଦିଆଯାଇ ଥିଲା। ଫଳରେ ଏମଭ-୭୯ ପୋଲିସ ୩୪୧/୨୯୪/୩୨୩/୩୫୪/୫୦୬/୩୪ରେ ମାମଲା ରୁଜୁ କରୁଥିଲା। ଏହି ବିଷୟରେ ଗୋପାଳ ମଣ୍ଡଳ କହିଲେ ୱାଟ୍ସଅପ ରେ ପୋଷ୍ଟ ଯିଏ ଭିଡିଓ କରିଛନ୍ତି ସେ ମହାଶୟ ଉପରେ କାର୍ଯାନୁଷ୍ଠାନ କରାଯାଉ ଏବଂ ଶାସ୍ତ୍ରରେ ଯେଉଁ ଉଦାହରଣ ଦିଆଯାଅଛି ତାହାର ତଦନ୍ତ କରାଯାଉ । ଗ୍ରାମରେ ଭାଇଚାରା ସ୍ଥାପନା କରାଯାଉ । ନଚେତ ଆଗାମୀ ଦିନରେ ଗୁରୁଚାନ୍ଦ ଆମ୍ବେଦକର ଚେତନା ମଞ୍ଚ ଓ ମତୁଆ ଧର୍ମାବଲମ୍ବୀ ରାଜ ରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଗୁରୁଚାନ୍ଦ ଆମ୍ବେଦକର ଚେତନା ମଞ୍ଚ ସଭାପତି ଲକ୍ଷ୍ମଣ ଘରାନା, ଅଯୋଧ୍ଯା ବୈରାଗୀ, ପ୍ରଦୀପ ବିଶ୍ବାସ, ଅନିମା ମଣ୍ଡଳ, ସନ୍ତୋଷ ହାଲଦାର, ଦୀପକ ସରକାର, ଗୁରୁ ଦାସ ହାଲଦାର, ରଞ୍ଜିତ ହାଲଦାର, ରମାକାନ୍ତ ମଣ୍ଡଳ ପରିତୋଷ ବାଗଚି ରାଜା ମଣ୍ଡଳ, ଚଞ୍ଚଳ ହାଲଦାର ଏବଂ ଗୋପାଲ ମଣ୍ଡଳ ପ୍ରମୁଖ ମାଲକାନଗିରି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଦାବି ଉପସ୍ଥାପନ କରିଛନ୍ତି।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ- କେଶବ ଚନ୍ଦ୍ର ନାୟକ। )

Leave A Reply

Your email address will not be published.