ମାଲକାନଗିରି,୨୨/୧୦(ପିପିଟି):ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୯୪ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଆସାମୀକୁ ଗିରଫ କରାଯାଇଛି । ଏଥିସହ ଏକ ସ୍କର୍ପିଓ ଗାଡି ମଧ୍ୟ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଟିମ ଗଠନ କରାଯାଇ ବାଲିମେଳା ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏମଭି-୩୭ ଗ୍ରାମ ନିକଟରେ ଏକ ସ୍କର୍ପିଓ କାରଟି ଦ୍ରୁତ ଗତିରେ ଆସୁଥିବା ଅବକାରୀ କର୍ମଚାରୀମାନେ ଦେଖିବାକୁ ପାଇଥିଲେ।ଏହି ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ୬୯ କିଲୋ ଗଂଜେଇ ଜବତ କରାଯାଇଥିଲା । ଏଥିସହ ସ୍କର୍ପିଓ ଗାଡିକୁ ମଧ୍ୟ ଜବତ କରାଯାଇଥିଲା । ଏହି ଗାଡିରେ ଗିରଫ ହୋଇଥିବା ଆସାମୀ ଜଣକ ହେଲା ମଧ୍ୟପ୍ରଦେଶର ସୋନୁ ଆଶାରୀ । ଏହି ଗଂଜେଇ ଚିତ୍ରକୋଣ୍ଡା ରୁ ମଧ୍ୟପ୍ରଦେଶକୁ ଚାଲାଣ କରାଯାଉଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।ସେହିପରି ଅନ୍ୟ ଏକ ଘଟଣାରେ ଏମଭି-୧୧ ନିକଟରେ ଅବକାରୀ ବିଭାଗର ଅନ୍ୟ ଏକ ଟିମ ପେଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଏକ ଧଳା ଜରି ବ୍ୟାଗରେ କଛି ଧରି ରାସ୍ତା କଡରେ ଛିଡା ହୋଇଥିବା ଦେଖିଥିଲେ । ସେହି ବ୍ୟକ୍ତିଙ୍କ ନିକଟକୁ ଯାଇ ଯାଞ୍ଚ କରିବା ପରେ ସେଥିରେ ୨୫ କିଲୋ ଗଂଜେଇ ରହିଥିବା ଅବକାରୀ କର୍ମଚାରୀ ଦେଖିବାକୁ ପାଇଥିଲେ । ତୁରନ୍ତ ଗଂଜେଇ ଜବତ କରିବା ସହ ଗଂଜେଇ ଚାଲାଣ କରୁଥିବା ଆସାମୀକୁ ଗିରଫ କରିଥିଲେ । ଏହି ବ୍ୟକ୍ତି ମଧ୍ୟ ମଧ୍ୟ ପ୍ରଦେଶର ଫରିଦ ମହମ୍ମଦ । ଦୁହିଁକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନସପେକ୍ଟର ଉଦୟଲାଲ ନାୟକ ପ୍ରକାଶ କରିଛନ୍ତି । ଏହି ଚଢାଉରେ ଆଶିଷ କୁମାର ନାୟକ, ଗଦାଧର ମହାରଣା, ଜ୍ଞାନ ରଂଜନ ସାହୁ, ଅକ୍ଷୟ କୁମାର ଜେନା, ପଣ୍ଡା ନାଗେଶ, ଦିନେଶ କୁମାର, ଜୁଲି ସା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post