ଛତ୍ରପୁର,୦୭/୦୯(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଫେରୁଥିବା ବେଳେ କିଛି କଟକଣା ମଧ୍ୟ ରହିଛି । ଜିଲ୍ଲାବାସୀ ସତର୍କ ରହିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଜିରୋ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ପୁଣି ଆସନ୍ତା ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅକ୍ସିଜେନ ଯାଞ୍ଚ ଅଭିଯାନ ଆରମ୍ଭ କରାଯିବ ବୋଲି ଜିଲ୍ଳାପାଳ ଟୁଇଟ୍ ମଧ୍ୟମରେ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ଟିମ୍ ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ଅକ୍ସିଜେନସ୍ତର ଯାଞ୍ଚ କରିବେ । ଏହା କରିବା ଦ୍ବାରା ଲକ୍ଷଣଥିବା ବ୍ଯକ୍ତିଙ୍କୁ ଶୀଘ୍ର ଚିହ୍ନଟ ସହ ଠିକ୍ ସମୟରେ ଚିକିତ୍ସା କରାଯାଇପାରିବ । ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ଦ୍ବିତୀୟ ସ୍ଥାନକୁ ଆସିଛି ।