୭୦ ବର୍ଷ ବୃଦ୍ଧାଙ୍କ ଭଙ୍ଗା ଗୋଡ ହାଡର ସଫଳ ଚିକିତ୍ସା ।

0 240

ମାଲକାନଗିରି,୨୧/୧୦(ପିପିଟି): ମାଲକାନଗିରି ବ୍ଲକ ସ୍ଥିତ ସିନ୍ଦ୍ରିମାଳ ପଞ୍ଚାୟତ ମେଧିଖାଲ ଗ୍ରାମର ଲକ୍ଷ୍ମୀ ସୋଡି( ୭୦)ଏକ ଆକସ୍ମିକ ଦୁର୍ଘଟଣାରେ ଗୋଡ଼ ୩ରୁ ୪ ଖଣ୍ଡ ହୋଇ ଚମଡା ବାହାରକୁ ହାଡ଼ ବାହାରି ଯାଇଥିଲା ବେଳେ ଅସ୍ଥି ଶଲ୍ଯ ବିଭାଗର ଡାକ୍ତର ନୀଳମାଧବ ରାଏ ସଫଳ ଭାବେ ଅସ୍ତ୍ରୋପଚାର କରିଥିବା ଜଣାପଡୁଛି । ପ୍ରଥମେ ଏହି ବୃଦ୍ଧାଙ୍କୁ ନିତ୍ୟାନନ୍ଦ ସରକାର ନାମକ ଯୁବକ ତାଙ୍କୁ ମାଲକାନଗିରି ସ୍ଥିତ ଜିଲ୍ଲା ମୁଖ୍ୟ ସିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏବଂ ତୁରନ୍ତ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି କେ. ଦେଶିରାଜୁ ଅଚାରୀଙ୍କୁ ସୂଚନା ଦେଇଥିଲେ । ଏହି ଖବର ପାଇ ସଭାପତି କେ.ଦେଶିରାଜୁ ଅଚାରୀ ବିଳମ୍ବ ନକରି ସେଠାରେ ପହଞ୍ଚି ମହିଳାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ । ବୃଦ୍ଧା ଜଣକ ଅତ୍ୟନ୍ତ ଗରିବ, ନିରାଶ୍ରୟ ହୋଇଥିବା ବେଳେ ଚିକିତ୍ସା ଲାଗି ଆର୍ଥିକ ସମ୍ବଳର ଘୋର ଅଭାବ । ଏଣୁ ବୃଦ୍ଧାଙ୍କର ଦୁର୍ଘଟଣା ଅବସ୍ଥା ଦେଖି ଅସ୍ଥିଶଲ୍ୟ ବିଭାଗର ଡାକ୍ତର ନୀଳମାଧବ ରାଏଙ୍କୁ ଉତ୍ତମ ଚିକିତ୍ସା ଓ ଅସ୍ତ୍ରପଚାର କରିବାକୁ ନିବେଦନ କରିଥିଲେ ଏବଂ ଗତ କାଲି ଡାକ୍ତର ନୀଳମାଧବ ରାଏ ଲକ୍ଷ୍ମୀଙ୍କୁ ସଫଳ ଅସ୍ତ୍ରୋପଚାର କରିଥିଲେ । ଏହି ସମୟ ରେ ସଭାପତି ଦେଖିଲେ ଯେ ଜଣେ ଡାକ୍ତର କୌଣସି ଆନୁସାଙ୍ଗିକ ବ୍ୟବସ୍ଥା ଉପଲବ୍ଧ ନଥିବା ସତ୍ତ୍ୱେ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଯଦି ଅନ୍ୟ ବିଭାଗ ଭଳି ଅଧିକ ବ୍ୟବସ୍ତା ଉପଲବ୍ଧି କରାଯାଏ ତାହା ହେଲେ ମାଲକାନଗିରିର ହାଡ ଭଙ୍ଗା ରୋଗୀମାନେ ଆହୁରି ଅଧିକ ଉପକୃତ ହୋଇପାରନ୍ତେ । ମାଲକାନଗିରି ଜିଲ୍ଲା ବାହାରକୁ ଚିକିତ୍ସା ପାଇଁ ଯିବାର କୌଣସି ଆବଶ୍ୟକ ପଡନ୍ତା ନାହିଁ । ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଉପାନ୍ତ ଅଞ୍ଚଳ ଗତ ୧୬ ବର୍ଷ ହେଲା ଜିଲ୍ଲରେ କୌଣସି ଅସ୍ଥିଶାଲ୍ୟ ବିଶେଷଜ୍ଞ ନଥିଲେ । କିନ୍ତୁ ଖୁସିର କଥା ଡାକ୍ତର ନୀଳମାଧବ ରାଏ ଗତ ଅଢେଇ ବର୍ଷ ହେଲା ଏଠାରେ ନିଯୁକ୍ତି ହେଲା ପରେ ବହୁ ସଂଖ୍ଯାରେ ହାଡ଼ ଭଙ୍ଗା ରୋଗୀ ଅସ୍ତ୍ରୋପଚାର ହୋଇ ପାରୁଛନ୍ତି। ଆମ ଆଦମୀ ପାର୍ଟିର ସଭାପତି ଓଡିଶା ସରକାରଙ୍କୁ ଏହି ଡାକ୍ତରଙ୍କୁ ସବୁ ସୁବିଧା ଅତି ଶୀଘ୍ର ଦିଆଯାଉ ବୋଲି ଦାବି କରିଛନ୍ତି ଓ ଆଗକୁ ଏହି ବିଭାଗର ସବୁ ଅସୁବିଧା ଓ ସୁବିଧା ବିଷୟରେ ଜିଲ୍ଲପାଳଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.