ଭଞ୍ଜନଗର,୩୦/୧୧(ପିପିଟି):ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଜିପୁଟ ଠାରେ ଆମ ପୋଲିସ ସମିତି ଭଞ୍ଜନଗର ର ୬୯ ତମ ବୈଠକ ଥାନା ଭାରପ୍ରାପ୍ତ ଅଧିକାରୀ ଧୀରେଶ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର, ପ୍ରଫେସର କୃତିବାସ ବିଶ୍ୱାଳ, ଡ. ପୂର୍ଣଚନ୍ଦ୍ର ତ୍ରିପାଠୀ, ଶିକ୍ଷକ ନେତା ଜଗବନ୍ଧୁ ଜେନା, ବିଦ୍ୟାଭରତୀ ନାୟକ, ଯୁବ ସଂଗଠକ ଦିଲ୍ଲୀପ ଦାସ ମଞ୍ଚାସୀନ ହୋଇ ସମାଜରେ ଦେଖାଦେଉଥିବା,ବିଭିନ୍ନ ସମସ୍ୟା, କୁ ସଂସ୍କାର,ଅନ୍ଧବିଶ୍ୱାସ,ପାରିବାରିକ ସମସ୍ୟା,ଗୁଣିଗାରିଡି ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଏଥିରେ ଡ଼. ତ୍ରିପାଠୀ, କୃତିବାସ ବିଶ୍ୱାଳ, ଧ୍ରୁବ ମହାରଣା, ସନ୍ତୋଷ ଜେନା, ଜଗଦୀଶ ପାଣିଗ୍ରାହୀ,ଦିଲ୍ଲୀପ ଦାସ, ଲୋକନାଥ କର,ବିଭୁତି ଭୂଷଣ ଜେନା,ଗୋପବନ୍ଧୁ ମହାପାତ୍ର, ଜଗବନ୍ଧୁ ଜେନା,ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସଭାପତି ଥାନାଧିକାରୀ ଧୀରେଶ କୁମାର ଦାସ ସମସ୍ତଙ୍କ ସହଯୋଗ କାମନା ସହ ପୋଲିସର ଦାୟିତ୍ୱ ଓ କର୍ତବ୍ୟ ଉପରେ କହିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଭେଜିପୁଟ ଗ୍ରାମବାସୀ ସମେତ ଆମ ପୋଲିସର ସମସ୍ତ ସଦସ୍ୟ,ସଦସ୍ୟା ଓ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post