୬୭.୫ କିଲୋଗ୍ରାମ ଗଞ୍ଜେଇ ଜବତ;ଦୁଇ ଗିରଫ।

0 319

ପୋଲସରା,୦୧/୧୧(ପିପିଟି): ପୋଲସରା ପୋଲିସ ଆଜି ଚୋରା ରେ ଚାଲାଣ ହେଉଥିବା ୬୭.୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଆଜି ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଜନୀ କାନ୍ତ ସାମଲ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଆଜି ସକାଳ ୪.୪୫ ଘଣ୍ଟା ସମୟରେ ପୋଲସରା ଥାନା ସବ୍ ଇନ୍ସପେକ୍ଟର ଅଜୟ କୁମାର ମଳିକ ଓ ଷ୍ଟାଫ ମାର୍ଦ୍ଦା ମନ୍ଦିର ଛକ ନିକଟରେ ସନ୍ଦେହ ହେବାରୁ ଗୋଟିଏ ଟେମ୍ପୋ କୁ ଅଟକାଇ ଯାଞ୍ଚ କରିବା ସମୟରେ ତିନୋଟି ଅଖା ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଦେଖିଥିଲେ। ଫଳରେ ପୋଲିସ ଉକ୍ତ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ ଚାଲାଣ ଅଭିଯୋଗ ରେ କୋଦଳା ନିକଟସ୍ଥ ଛଚିନା ଗ୍ରାମର ନିବାସୀ ନାହାକ ଓ ରଞ୍ଜନ ପ୍ରଧାନକୁ ଗିରଫ କରିଛି। ଏଥିସହିତ ଗଞ୍ଜେଇ ଚାଲାଣ ହେଉଥିବା ଅଟୋ ନମ୍ବର ଓଡି ୦୭ଭି-୮୬୧୨ ଏବଂ ଦୁଇଟି ମୋବାଇଲ ଫୋନ ଜବତ କରିଛି। ଆଜି ପୋଲିସ ଉଭୟ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ସୂଚନା ଦେବା ସମୟରେ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ , ଅତିରିକ୍ତ ଥାନା ଅଧିକାରୀ କୃଷ୍ଣ ସାହା ଓ ସବ୍ ଇନ୍ସପେକ୍ଟର ଅଜିତ କୁମାର ମଳିକ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.