୫୭ତମ ମାସିକ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ।

0 234

ଭଞ୍ଜନଗର,୧୧/୧୦(ପିପିଟି): ଆନନ୍ଦ ସଙ୍ଗୀତାୟନ ତରଫରୁ ୫୭ତମ ମାସିକ ଭଞ୍ଜ ସଙ୍ଗୀତ ଆସର ଭୁବନେଶ୍ୱରସ୍ଥିତ ସଂସ୍କୃତି ବିକାଶ ସଂସଦର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁ ରଙ୍କନିଧି ବେହେରା, ଗୁରୁ କାଳୁ ସାହୁ ଏବଂ ସଂସ୍କୃତିରତ୍ନ ନାରାୟଣ ମହାରଣା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଏହି ସଂଗୀତ ସନ୍ଧ୍ୟାର ଉଦ୍‌ଘାଟନ କରିଥିଲେ । ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଏହି ସବୁ ଗୁରୁଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ଉପସଭାପତି ଜଗଦିଶ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଙ୍ଗୀତ ପରିବେଷଣ କରିଥିଲେ ରଶ୍ମିତା ଭୂୟାଁ, ସ୍ନିଗ୍‌ଧାରାଣୀ ଗୌଡ଼, ସୁଧାଂଶୁ ରାଣୀ ଜେନା, ଅଶୋକ ସ୍ୱାଇଁ, ଟୁନା ଡ଼ାକୁଆ, ରଙ୍କନିଧି ଗୌଡ଼ ଏବଂ ଅଶୋକ ମହାପାତ୍ର ପ୍ରମୁଖ ଭଂଜ ସଙ୍ଗୀତ ପରିବେଷଣ କରିଥିଲେ । ମର୍ଦ୍ଦଳ ଏବଂ ତବଲାରେ ଦିବାକର ପ୍ରଧାନ, ସାଗର ନାୟକ, ଭୀମସେନ ମହାକୁଡ଼ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଶିଳ୍ପୀ ତଥା ସଂଗୀତ ପ୍ରେମି ଯୋଗଦେଇ କାର୍ଯ୍ୟକ୍ରମର ସଫଳ କାମନା କରିଥବଲେ । ଶେଷରେ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.