୪୬.୪୦୦ କିଗ୍ରା ଗଞ୍ଜେଇ ସହ ଜଣେ ଗିରଫ।

0 22

ପୋଲସରା,୧୯/୦୭(ପିପିଟି); ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ପକ୍ଷରୁ  ସୋମବାର  ଅପରାହ୍ନ ରେ ପେଟ୍ରୋଲିଂ ସମୟରେ ଜଣେ ଗଞ୍ଜେଇ  ବ୍ୟବସାୟୀକୁ ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ପୋଲସରା ସହର ମଠ ସାହିର ଗଙ୍ଗା ଜେନା।ଏ ନେଇ ପୋଲସରା ଥାନାରେ ୨୪୮/୨୧ରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ ପୋଲସରା ପୋଲିସ ପେଟ୍ରୋଲିଂ ସମୟରେ କଳମ୍ବ ରୋଡ଼ ର କାକୁଡ଼ିଆ ଛକ ଓ ପଶ୍ଚିମ ଲଂଗଳେଶ୍ଵର ମନ୍ଦିର ମଧ୍ୟରେ ପୋଲସରା ମଠ ସାହିର ଗଙ୍ଗା ଜେନା ୪୬.୪୦୦କିଗ୍ରା ଗଞ୍ଜେଇ ନେଇ ଯାଉଥିବା ସମୟରେ ପୋଲିସ  ହାବୁଡ଼ରେ ପଡିଥିଲା।ପୋଲିସ ଗଞ୍ଜେଇକୁ ଜବତ କରିବା ସହ ଗଙ୍ଗା ଜେନା କୁମଧ୍ୟ ଗିରଫ କରିଛି।ଗଞ୍ଜେଇ ଚଢ଼ାଉ ସମୟରେ ଏସଆଇ କେଶବ ସଢଙ୍ଗୀ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଗଞ୍ଜେଇ ଜବତପରେ ତହସିଲଦାର ଦିଲିପ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ।।ଅଧିକ ତଦନ୍ତ ଲାଗି ସୋମବାର ଥାନାରେ ରଖି ପଚରା ଉଚରା ଲାଗି ରଖାଯାଇଛି।ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

 

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.