୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ।

0 215

ମାଲକାନଗିରି,୧୨/୧୧(ପିପିଟି):
ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତ ରେ ମୋଟ ୨୭୯୨ ଟି କେସ ଫଇସଲା ହୋଇ ୬୨,୧୩,୪୦୯ ଟଙ୍କା ଜରିମାନା ଆଦାୟ ହୋଇଛି। ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ , ତାଲୁକ ଆଇନ ସେବା କମିଟି , ମୋଟୁ ଜେଏମ ସି, ମାଥ୍‌ଲି ଜେଏମସି, କୁଡୁମୁଳକୁଡୁମୁଲୁ ଗୁମ୍ମା ଅଦାଲତ ଦ୍ବାରା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ କୋର୍ଟ ତଥା ମାଥ୍‌ଲି , ମୋଟୁ , କୁଡୁମୁଲୁଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇ ଯାଇଅଛି ।ଏହି ଲୋକ ଅଦାଲତ ରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡଙ୍ଗୀ , ଅତିରିକ୍ତ ଜିଲ୍ଲା ଜଜ ଉଦୟ ଭାନୁ ଜେନା , ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସତ୍ୟ ପ୍ରିୟ ଦାସ , ବରିଷ୍ଠ ଦେଓ୍ବାନି ବିଚାରପତି ବିଜୟ କୁମାର ଦାସ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେଓ୍ବାନି ବିଚାରପତି ରାକେଶ କୁମାର ମୁଦୁଲି,ଉପଖଣ୍ଡ ଦଣ୍ଡାଧିକାରି ରୁଦ୍ର ପ୍ରକାଶ ନାୟକ , ମାଲକାନଗିରି ଠାରେ ଦ୍ୱିତୀୟ ଶ୍ରେଣୀ ଦଣ୍ଡାଧିକାରି ଦେବେନ୍ଦ୍ର ନାଥ ବାଘ , ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି , ମାଥିଲି ସନ୍ତୋଷ କୁମାର ବାରିକ , ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି , ମୋଟୁ ପ୍ରବୀଣ କୁମାର ହୋତା ଓ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ କୁଡୁମୁଳୁଗୁମ୍ମା ସୁମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମାମଲାର ଫଇସଲା କରିଥିଲେ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ ୨୭୯୨ ଟି ଫୌଜଦାରୀ , ଦେଓ୍ବାନି ଏବଂ ଅନ୍ୟାନ ମକଦ୍ଦମାର ଫଇସଲା କରାଯାଇ ୬୨,୧୩୪୦୯ ଟଙ୍କା ଧାର୍ଯ୍ୟ କରଯାଇଥିଲା । ଏଥିରେ ୫ ଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫଇସଲା କରାଯାଇ ୨୯,୨୦, ୦୦୦ଟଙ୍କା ଧାର୍ଯ୍ୟ କରଯାଇଥିଲା। ଉକ୍ତ ଲୋକ ଅଦାଲତ ରେ ମାଲକାନଗିରି ଜିଲ୍ଲା ର ବିଭିନ୍ନ ବ୍ୟାଙ୍କ ଭାଗ ନେଇ ମୋଟ ୨୫ ଗୋଟି ବ୍ୟାଙ୍କ ଋଣ ମାମଲାର ପ୍ରାକ ମୋକଦ୍ଦମା ସ୍ତରରେ ସମାଧାନ କରାଯାଇ ୧୧୮୩୦୦୦ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ,ଅତିରିକ୍ତ ଜିଲ୍ଲା ଜଜ କୋର୍ଟ,ସିଜେଏମ କୋର୍ଟ, ସବ ଜଜ କୋର୍ଟ , ଏସଡ଼ିଜେଏମ କୋର୍ଟ , ମୋଟୁ ଜେଏମଏଫସି କୋର୍ଟ , ମାଥିଲି ଜେଏମଏଫସି କୋର୍ଟ , କୁଡୁମୁଳୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ମାଲକାନଗିରି ଓ ତାଲୁକ ଆଇନ ସେବା ସମିତି , ମୋଟୁ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁର ଓକିଲ ସଂଘର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.