ମାଲକାନଗିରି,୨୯/୧୦(ପିପିଟି): ଚିତ୍ରକୋଣ୍ଡା ପୋଲିସ ଦ୍ଵାର ମନ୍ତ୍ରୀପୁଟ, ସ୍ପିଲୱେ ଅଞ୍ଚଳରେ ରାତ୍ରି କାଳିନ ଯାନବାହାନ ଯାଞ୍ଚ କରିବା ସମୟରେ ଗୋଟିଏ ହୋଣ୍ଡା ୟୁନିକନ୍ ଗାଡ଼ି ନଂ: ଓଡି ୩୦ ଏ ୫୩୩୭କୁ ଅଟକାଇବା ସମୟରେ ପୋଲିସକୁ ଦେଖି ଗାଡ଼ିରେ ଥିବା ଦୁଇ ଜଣ ବ୍ୟକ୍ତି ଗାଡି ଛାଡି ଜଙ୍ଗଲ ଆଡକୁ ଦୌଡ଼ିଲେ । ତୁରନ୍ତ ପୋଲିସ ଦଳ ସେମାନଙ୍କୁ ଗୋଡାଇ କାବୁ କରିବାରେ ସକ୍ଷମ ହୋଇଥିଲେ। ପଚରା ଉଚରା ବେଳେ ପୋଲିସ ସେମାନଙ୍କ ନିକଟରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା। ଗଞ୍ଜେଇକୁ ଜବତ କରି ୨ ଜଣ ଅଭିଯୁକ୍ତଙ୍କୁ ଥାନାକୁ ନିଆଯାଇଥିଲା । ଜବତ ଗଞ୍ଜେଇ ର ପରିମାଣ ୨୨ କେଜି ୧୦୦ ଗ୍ରାମ ହୋଇଥିବା ବେଳେ ଏନେଇ ଚିତ୍ରକୋଣ୍ଡା ଥାନା କେଶ ନଂ ୧୪୮/୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇଛି । ଦୁଇ ଜଣ ଅଭିଯୁକ୍ତ ହେଲେ ତିଲୀ ଗୋଲରୀ (୩୭) ଏବଂ ମଲିକି ପାଙ୍ଗି(୨୮)ଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post