ଭଞ୍ଜନଗର,୧୭/୧୨(ପିପିଟି): ଭଞ୍ଜନଗର ନିକଟ ଜିଲୁଣ୍ଡି ଗ୍ରାମରେ ଗତ କାଲି ମଧ୍ୟରାତ୍ରୀ ଠାରୁ ବିଦ୍ୟୁତ ସରବରାହରେ ବ୍ୟାଘାତ ଯୋଗୁଁ ଗ୍ରାମବାସୀ ମାନେ ଭଞ୍ଜନଗର ଠାରୁ ବ୍ରହ୍ମପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟକ ଯାନବାହନ ଅଟକି ରହିଛି। ବର୍ତ୍ତମାନ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଆଜି ଦିନ ସାରା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ସକାଳ ୮ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବାର୍ଷିକ ମରାମତିକୁ ନେଇ ବିଦ୍ୟୁତ କାଟ ହୋଇଥିବା ବେଳେ ଅପରାହ୍ନ ୫ଟା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। କିନ୍ତୁ ଜିଲୁଣ୍ଡି ଗ୍ରାମରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସେବା ଯୋଗାଇ ଦିଆ ଯାଇ ନଥିବାରୁ ଏହାର ପ୍ରତିବାଦରେ ଲୋକମାନେ ରାସ୍ତା ରୋକ କରିଛନ୍ତି। ହେଲେ କେଉଁ କାରଣରୁ ବିଦ୍ୟୁତ ବିଭ୍ରାଟ ଘଟିଛି ସେ ସମ୍ପର୍କରେ ଥିବା ତ୍ରୁଟି ଖୋଜି ପାଉନି ବିଦ୍ୟୁତ ବିଭାଗ। ଯାହାକୁ ନେଇ ଟିପିଏସଓଡ଼ିଏଲ ବିରୁଦ୍ଧରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )