୧୯୮୦ ମସିହା ବେଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ।

0 250

ମାଲକାନଗିରି,୨୬/୧୨(ପିପିଟି): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ସ୍ଥିତ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ୧୯୮୦ ରୁ ୧୯୯୦ ମସିହା ବେଚର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନର ସମସ୍ତ ଦାୟିତ୍ୱ ଏମଭି- ୮୮ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସର୍ଦାର ଓ ଏମଭି-୭୯ ୟୁଜିବି ବ୍ୟାଙ୍କ ମ୍ୟାନେଜର ଅମୀୟ ବୈରାଗୀ ନିର୍ବାହ କରିଥିଲେ । ଏହି ବନ୍ଧୁମିଳନରେ ପ୍ରାୟ ୧୦୦୦ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ମାଣିକ ଲାଲ ଘୋଷଙ୍କ ସ୍ମୃତି ଉଦ୍ଦେଶ୍ଯରେ ଛାତ୍ରଛାତ୍ରୀମାନେ ନିଜ ଗୁରୁଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରିବା ସହ ବିଦ୍ୟାଳୟ ପ୍ରତି ଥିବା ତାଙ୍କର ଅବଦାନକୁ ସ୍ମରଣ କରିଥିଲେ । ସ୍ଵର୍ଗତ ଶ୍ରୀ ଘୋଷଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ଯରେ ବହୁତ ଛାତ୍ରଛାତ୍ରୀକୁ ଭଲ ମଣିଷ ରୂପେ ଗଢି ତଳିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ବୋଲି ପୁରାତନ ଛାତ୍ରଛାତ୍ରୀମାନେ ସ୍ମୃତି ଚାରଣ କରିଥିଲେ । ଏହାପରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ଅନୁଭବ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.