୧୨ଜଣ ନାମରେ କେଶ,୨ହଜାର ଟଙ୍କା ଜୋରିମାନା ଆଦାୟ ।

0 149

ଶେରଗଡ଼,(ପିପିଟି ନ୍ଯୁଜ୍)୭/୪ ଶେରଗଡ଼ ପୋଲିସ ପକ୍ଷରୁ ଲକ୍ ଡାଉନ ସମୟରେ ଚଢ଼ାଉ ଜାରି ରଖାଯାଇଛି।ସୋମବାର ଦିନ  ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ ଓ ଚାରି ଛକ ରେ ପେଟ୍ରୋଲିଂ ଜାରି ରଖିଛନ୍ତି।ରବିବାର ଦିନ ଓ ଷୋମବାର ଦିନ ଶେରଗଡ଼ ଲକ ଡାଉନ ଥିବା ବେଳେ ବାଇକ ଚାଳନା କରିଥିବା ୧୨ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ଏବଂ ଜୋରିମାନା ଆକାରରେ ୨ହଜାର  ଟଙ୍କା ଆଦାୟ କରିଛି।ବ୍ୟାପକ ପେଟ୍ରୋଲିଂ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି।ସେହିପରି ତହସିଲଦାର ଡ଼.ଦୟାସିନ୍ଧୁ ପରିଡା ଶେରଗଡ଼ କାଳିଆ ହୋଟେଲ୍ ଛକରେ ଚଢ଼ାଉ କରି କିଛି ବାଇକକୁ ତାଗିଦ କରିଛନ୍ତି।

Leave A Reply

Your email address will not be published.