ମାଲକାନଗିରି,୧୭/୦୯(ପିପିଟି); ମାଲକାନଗିରି ବନ ବିଭାଗ ଦ୍ବାରା ପରଜାଗୁଡାରେ ୧୦ ଫୁଟର ଏକ ଅଜଗର ସାପକୁ ଉଦ୍ଧାର କରାଯାଇ ଆଜି ପଦ୍ମଗିରି ନିକଟସ୍ଥ ଗୋଇ ପାହାଡ ଜଙ୍ଗଲରେ ଛଡା ଯାଇଛି ।ଗତ କାଲି ରାତିରେ ମାଲକାନଗିରି ସଦର ମହକୁମା ସ୍ଥିତ ପରଜାଗୁଡା ଠାରେ ଖାଦ୍ଯ ଅନ୍ୱେଷଣରେ ଅଜଗର ସାପଟି ଜନବସତି ମୁହଁ ହୋଇଥିବା ବେଳେ କିଛି ଲୋକ ଏହାକୁ ଦେଖି ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ତୁରନ୍ତ ବନ ବିଭାଗର କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପରଜାଗୁଡାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ଲମ୍ବ ୧୦ ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୨୦ କେଜିରୁ ଊର୍ଦ୍ଧ୍ବ ହେବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ସୂଚନା ଦେଇଛନ୍ତି । ପ୍ରାକାଶ ଥାଉ କି ମାଲକାନଗିରି ଏକ ଜଙ୍ଗଲ ପାହାଡିଆ ଅଞ୍ଚଳ ହେତୁ ବହୁ ବିରଳ ଏବଂ ବିଷାକ୍ତ ସାପ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଥାନ୍ତି । ଲୋକମାନେ ଜଙ୍ଗଲ ସଫାକରି ଜନବସତି ସ୍ଥାପନ କରିଥିବାରୁ ସାପମାନଙ୍କର ପେଣ୍ଠ ସ୍ଥଳି କୁହାଯାଉଥିବା ମାଲକାନଗିରି ଏକଦା ସର୍ପ ଦଂଶନରେ ଅନେକ ଜୀବନ ଅକାଳରେ ଝଡି ପଡିଛି । ଲୋକମାନଙ୍କ ଦ୍ବାରା ଅନେକ ବିରଳ ସାପ ସୁରକ୍ଷା ଦୃଷ୍ଟିରୁ ମୃତ୍ଯୁ ବରଣ କରିଥିବା ବେଳେ ପୂର୍ବ ଭଳି ସର୍ପମାନଙ୍କର ସଂଖ୍ଯା ଦ୍ରୁତଗତିରେ ହ୍ରାସ ପାରବାରେ ଲାଗିଛି । ତେବେ ଯେଉଁ ସାପଗୁଡିକ ବନ ବିଭାଗ ଦ୍ବାରା ଉଦ୍ଧାର କରାଯାଉଛି ସେଗୁଡିକ ଜଙ୍ଗଲରେ ଛଡାଯାଉଛି । ଦିନ ଥିଲା ସୁନ୍ଦର ବନ ବେଙ୍ଗଲ ଟାଇଗର ପାଇଁ ଜନ ମନରେ ଭୟ ସୃଷ୍ଟି କରିଥିଲା ବେଳେ ମାଲକାନଗିରି ଜିଲ୍ଲା ମଧ୍ଯ ବିଷାକ୍ତ ସର୍ପ ପାଇଁ ଭୟର ବାତାବରଣ ସୃଷ୍ଟି କରିଥିଲା । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)