ୟୁନିକ ଡ୍ୟାନ୍ସ ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

0 181

ଭଞ୍ଜନଗର,୧୧/୦୧(ପିପିଟି): ଭଞ୍ଜନଗର କଲେଜ ରୋଡ଼ ରେ ଥିବା ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀର ଦ୍ଵିତୀୟ ବାର୍ଷିକ ଉତ୍ସବ କୋଭିଡ଼ କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ଶ୍ରେଣୀଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଲିଉଡ ଜଗତର ନିର୍ମାତା ନିର୍ଦ୍ଦେଶକ ବିଶ୍ୱ ଭୂଷଣ ମହାପାତ୍ର ସମ୍ମାନିତ ଅତିଥି ରୂପେ ଓଲିଉଡର ନୃତ୍ୟ ନିର୍ଦ୍ଦେଶକ ଦୁର୍ଯ୍ୟଧନ ମୁଦୁଲି (ଟୁନା),ନିମାଇ ଚରଣ ବିଶ୍ୱାଳ, ଦୀପକ କୁମାର ସ୍ୱାଇଁ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣକୁ ଦେଖି ଅତିଥିମାନେ ବେଶ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ପ୍ରତିଭା ମାନଙ୍କୁ ନେଇ କିଛି ନୂତନ ଆଲବମ ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିବା କହିଛନ୍ତି।ଏଥିରେ ଅନୁଷ୍ଠାନର ପରିଚାଳକ ଗଣେଶ ବିଷୋୟୀ, ପ୍ରଶିକ୍ଷକ ପିଣ୍ଟୁ ବିଷୋୟୀ,ପ୍ରମୋଦ ଓ ଦିଲୀପଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.