ତିର୍ତ୍ତୋଲ,୧୮/୦୯(ପିପିଟି) ତିର୍ତ୍ତୋଲ ୟୃନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖ ସମ୍ମୁଖରେ ଭିଡ଼ । ଗ୍ରାହକ ମାନଙ୍କ ବସିବା ପାଇଁ କୋୖଣସି ବ୍ୟବସ୍ଥା ନାହିଁ । ପ୍ରଵଳ ଖରାରେ ଲୋକେ ବ୍ୟାଙ୍କ୍ ବାହାରେ ଅପେକ୍ଷା କରିଛନ୍ତି । ପାନୀୟ ଜଳ ତଥା ପରିସ୍ରାଗାର ବ୍ୟବସ୍ଥା ନ ଥିବାରୁ ମହିଳା ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କ୍ ବାହର ଭିଡ଼କୁ ଦେଖିଲେ ଲାଗୁଛି ଯେପରି କରୋନା ର ଭୟ ଆଉ ନାହିଁ । ଯଦିଓ କିଛି ଲୋକ ମାସ୍କ ବ୍ୟବହାର କରୁଛନ୍ତି କିନ୍ତୁ ସାମାଜିକ ଦୂରତା ରକ୍ଷା କରୁନାହାଁନ୍ତି । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)