ୟୁଜେଏର ନୂତନ କର୍ମକର୍ତ୍ତା ଚୟନ; ଜିଲ୍ଲା ସମ୍ପାଦକ ହେଲେ ଜୟକୃଷ୍ଣ ।

0 364

ଭଞ୍ଜନଗର,୨୯/୧୦(ପିପିଟି): ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖାର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇ ଭଞ୍ଜନଗର ଶାଖା ଗତ ଏକ ବର୍ଷ ମଧ୍ୟରେ ରକ୍ତଦାନ ଶିବିର ,ବୃକ୍ଷ ରୋପଣ, ଡାକ୍ତର ସମସ୍ୟାଙ୍କୁ ନେଇ ଆନ୍ଦୋଳନ ସହ ଲୋକ ବିଭିନ୍ନଙ୍କ ସମସ୍ୟା ସମାଧାନ ଦିଗରେ କରିଥିବା ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସଂଘର ନୂତନ ସଭ୍ୟ ସଂଗ୍ରହ ଓ ଅନ୍ୟାନ୍ୟ ସାଙ୍ଗଠନିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଏକ ବର୍ଷ ପୂର୍ତ୍ତି ହୋଇଥିବାରୁ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ସଂଘର ପୂର୍ବତନ ସଭାପତି ଜୟକୃଷ୍ଣ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା କମିଟିରେ ସମ୍ପାଦକ ଦାୟୀତ୍ୱ ମିଳିଥିବା ବେଳେ ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ରବୀନ୍ଦ୍ର ପାତ୍ର, ସଭାପତି ଭାବେ ପ୍ରଦୀପ କୁମାର ସ୍ୱାଇଁ,ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ସହ ସମ୍ପାଦକ ଚିନ୍ମୟ ବେବର୍ତ୍ତା,କୋଷାଧ୍ୟକ୍ଷ ଗିରିସ ସାହୁ ଏବଂ ବ୍ଳକ ସଂଯୋଜକ ଭାବେ ପୁରୁଷୋତ୍ତମ ମହାପାତ୍ର ମନୋନୀତ ହୋଇଛନ୍ତି। ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶେଷରେ ନିଲୁ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.