ୟୁକ୍ରେନରେ ଫସିରହିଛନ୍ତି ମାଲକାନଗିରି ଜିଲ୍ଲାର ଡାକ୍ତରୀ ଯୁବକ ।

0 238

ମାଲକାନଗିରି,୨୬/୦୨(ପିପିଟି): ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ଅଂଶୁମାନ ପ୍ରଧାନ ୟୁକ୍ରେନରେ ଫସି ରହିଥିବା ଜଣାପଡ଼ିଛି । ସେ ଡାକ୍ତରୀ ପଢିବାକୁ ଯାଇଥିବା ବେଳେ ଏବେ ତାଙ୍କର ପଞ୍ଚମ ବର୍ଷ ବୋଲି ଜଣାପଡ଼ିଛି । ତେବେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏବେ ସେଠାରେ ରହୁଥିବା ଭାରତୀୟଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଛି । ସେମାନେ କିପରି ସେଠାରୁ ମୁକୁଳିବେ ସନେଇ ଚିନ୍ତାରେ ପଡ଼ିଛନ୍ତି । ଏପଟେ ଅଂଶୁମାନଙ୍କ ବାପା ମଧ୍ୟ ଭୟ ଓ ଆତଙ୍କରେ ରହିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଗତ ଦୁଇଦିନ ତଳେ ପୁଅ ଅଂଶୁମାନଙ୍କସହ ଟେଲିଫୋନ ଯୋଗେ ନମ୍ବର
୩୮୦ ୯୯ ୨୮୦ ୫୮୮୬ ସେ କଥା ହୋଇଥିଲେ । ସେ ବର୍ତ୍ତମାନ ଭଲରେ ଅଛନ୍ତି । ମେଡିକାଲ କଲେଜଛୁଟି ଦେଉନାହାନ୍ତି କି ଅନଲାଇରେ ପାଠ ପଢିବାକୁ ଅନୁମତି ଦେଉ ନାହାନ୍ତି । ଯଦି ରୁଷ ଆକ୍ରମଣ କରେ ତେବେ ସେମାନେ ଦେଶ ଛାଡିବେ ବୋଲି ଅଂଶୁମାନ କହୁଥି ନେଇ ତାଙ୍କ ବାପା ସୁରେନ୍ଦ୍ର ପ୍ରକାଶକରିଛନ୍ତି । ତେବେ ଗତକାଲି ଠାରୁ ତାଙ୍କର ଫୋନ ଆଉ ଲାଗୁନଥିବାରୁ ପରିବାରର ଲୋକେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଅଂଶୁମାନ କ୍ୟୁଭର ମେଟ୍ରୋ ଷ୍ଟେସନ ନିକଟରେ ରହିଥିବା ଏକ ବଙ୍କର ମଧ୍ୟରେ ଲୁଚି ରହିଥିବା ଜଣାପଡ଼ିଛି । ତେବେ ଭାରତର ରାଷ୍ଟ୍ରଦୂତଙ୍କ ସହ ପରିବାର କଥାବାର୍ତ୍ତା ଲୋକେ ହୋଇଥିବା ସୁରେନ୍ଦ୍ର କହିଥିଲେ । ହଙ୍ଗେରୀ ଓ ପୋଲାଣ୍ଡ ରାସ୍ତା ଦେଇ ଭାରତ ଅଣାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିବା ସୁରେନ୍ଦ୍ରଙ୍କ ପରିବାର ତରଫରୁ ଜଣାପଡ଼ିଛି । ତେବେ ପୁଅର ଖୋଜଖୋବର ନଥିବାରୁ ସେମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିବା କହିଥିଲେ । ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରୁ ବାହାରି ୟୁକ୍ରେନରେ ପାଠ ପଢିବା ଏକ ଚ୍ୟାଲେଞ୍ଜ ଥିବା ବେଳେ ଏଭଳି ଘଟଣା ଘଟିବା ପରେ କୌଣସି ବାପା ମାଆ । ତାଙ୍କ ପୁଅ ଝିଅକୁ ବାହାରକୁ ପାଠ ପଢିବା ପାଇଁ ଛାଡ଼ିବେ ନାହିଁ ବୋଲି ଆଲୋଚନା ଜୋର ଧରିଛି ।
(ରିପୋର୍ଟ;ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.