ବୋଲଗଡ଼,୧୭/୧୧(ପିପିଟି): ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବାଘମାରି ବଜାରରେ ଅଘଟଣ। ହୁତୁ ହୁତୁ ହୋଇ ଜଳିଗଲା ମରୁତି ଭ୍ୟାନ କାର । ଅଳ୍ପକେ ବର୍ତ୍ତିଲେ ପାଲା କଳାକାର ଯାତ୍ରୀ। ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରୁ ଜଗତପୁର ପାଲାପରି ବେଷଣ କରିବା ନିମନ୍ତେ ଯାଉଥିଲେ। କିନ୍ତୁ ବାଘମାରି ନିକଟରେ ଗାଡିର ଯାନ୍ତ୍ରିକ ତ୍ରୁଟି ଦେବାରୁ ଓଲ୍ହାଇ ପଡ଼ିଥିଲେ ଗାଡି ରୁ ସମସ୍ତ ଯାତ୍ରୀ। କିଛି ସମୟପରେ ଧୂଆଁ ଆଉ ପରେ ହୁତୁ ହୁତୁ ହୋଇ ଜଳି ଉଠିଥିଲା କାରଟି। ବାଘମାରି ବଜାର ଉପରେ ଏହି ଅଘଟଣଟି ଘଟିଥିବା ବେଳେ , ବାଘମାରି ଥାନା ପୋଲିସ ପହଞ୍ଚିବା ସହ ବେଗୁନିଆ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାର ଜଣାପଡିଛି କିନ୍ତୁ ମାରୁତି କାରଟି ସମ୍ପୂର୍ଣ୍ଣ ଜଳି ଜାଇଥିଲା। କିଛି ପାଲା କଳାକାର ବୋଲଗଡ଼ରୁ ଜଗତପୁର ଯାଉଥିଲେ ତେବେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)