ହିଞ୍ଜିଳିରେ ବିଭିନ୍ନ ସ୍ଥାନରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ, ବ୍ଲକ ତରଫରୁ ୪୨୨ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ।

0 262

ହିଞ୍ଜିଳିକାଟୁ,୧୫/୦୮(ପିପିଟି); ୭୫ ତମ ସ୍ୱାଧୀନତା ଦିବସ ଅବସରରେ ହିଞ୍ଜିଳି ପୌରପରିଷଦ ତଥା ହିଞ୍ଜିଳି ବ୍ଲକ ଅଞ୍ଚଳର ସରକାରୀ କାର୍ଯ୍ୟାଳୟ ସହିତ ସରକାରୀ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ହିଞ୍ଜିଳି ପୌରପରିଷଦରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ପତାକା ଉତ୍ତଳନ କରିଥିଲେ । ହିଞ୍ଜିଳି ପଞ୍ଚାୟତ ସମିତି ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନାଇଡୁ ରଘୁନାଥ ,ସରକାରୀ ବୃନ୍ଦାବନ ଉଚବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ଥାନା ପରିସରରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ,ଉପଖଣ୍ଡ ଚିକିତ୍ସାଳୟରେ ଡ଼ଃ ପ୍ରତିଭା ପାତ୍ର ତହସିଲ କାର୍ଯ୍ୟାଳୟରେ ତହସିଲଦାର ପ୍ରଭାତ କୁମାର ପରିଡା ,ଜେ.ଏମ.ଏଫ.ସି କୋର୍ଟ ପରିସରରେ ବିଚାରପତି ରାଜଶ୍ରୀ ପଟ୍ଟନାୟକ, କେନ୍ଦ୍ରୀୟ ବିଦ୍ୟାଳୟ ରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ଆଦର୍ଶ ବିଦ୍ୟାଳୟ ରେ ଅରୁଣ କୁମାର ପଟେଲ ,ସମନ୍ୱିତ ଶିଶୁ ଓ ମହିଳା ପ୍ରକଳ୍ପ କାର୍ଯ୍ୟାଳୟ ରେ ସି ଡି ପି ଓ ଶୁଭଶ୍ରୀ ପାତ୍ର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ ନିର୍ବାହୀଯନ୍ତ୍ରୀ ନରୋତ୍ତମ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ । ଏହି ଅବସର ରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ତରଫରୁ ରାଜ୍ୟ ସରକାରଙ୍କ ଏକ ନୂତନ ଯୋଜନା ମାଧ୍ୟମରେ ୪୨୨ଜଣ ହିତାଧିକାରୀଙ୍କୁ ୨୦ଟି ପଞ୍ଚାୟତ କାର୍ଯ୍ୟାଳୟ ରେ ସାମାଜିକ ସୁରକ୍ଷା ଯୋଜନାର ମଧୁବାବୁ ଭତ୍ତା ପ୍ରଦାନ କରାଯାଇଛି ।
(ରିପୋର୍ଟ୍ – ସାନ୍ତନୁ କୁମାର ବେହେରା)

Leave A Reply

Your email address will not be published.