ହିଞ୍ଜିଳିକାଟୁ ମର୍ଚେଣ୍ଟ ଆସୋସିଏସନ ର ସଭାପତିଙ୍କ ବିରୁଦ୍ଧରେ ଆଗତ ଅର୍ଥ ଆତ୍ମସାତ ମାମଲା ମିଛ ପ୍ରମାଣିତ ହେଲା – ଶମ୍ଭୁ ପାଣିଗ୍ରାହୀ ।

0 437

ବ୍ରହ୍ମପୁର,୨୧/୧୦(ପିପିଟି): ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ଠାରେ ଅପରାହ୍ନ ୦୫ଘଣ୍ଟ ସମୟରେ ଡ଼ଃ ଶମ୍ଭୁ ପାଣିଗ୍ରାହୀ ହିଞ୍ଜିଳି କାଟୁ ମାର୍ଚେଣ୍ଟ ଆସୋସିଏସନର ସଭାପତି ଏକ ସମ୍ବାଦିକ ସମ୍ମୀଳନୀ କରିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ପ୍ରେସ ବିବୃତ୍ତିରେ ରାଧାକୃଷ୍ଣ ପରିବା ବ୍ଯବସାୟୀ ସଂଘ ହିଞ୍ଜିଳିକାଟୁ ଦେବୋତ୍ତର ଜମିକୁ ହଡପ କରିବା ଓ ନିଜ ନାମରେ ଆସିଥିବା ମିଥ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେଇଛନ୍ତି । ଉକ୍ତ ବିବୃତ୍ତିରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀ ସଂଲଗ୍ନରେ ଥିବା ରାଧାକୃଷ୍ଣ ମୁଖ୍ୟ ପ୍ରାଣମୂର୍ତ୍ତି ,ଆସିକାଙ୍କ ନାମରେ ଥିବା ଦେବୋତ୍ତର ଜମିକୁ କିଛି ବ୍ୟବସାୟୀ ହଡ଼ପ କରିନେବା ଅଭିଯୋଗରେ ଶ୍ରୀ ପାଣିଗ୍ରାହୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଫଳରେ ଏହି ଖଳ ପ୍ରକୃତିର ତଥା ଲାଭଖୋର ମନବୃତ୍ତି ବ୍ୟବସାୟୀ ମାନେ ପ୍ରତିଶୋଧ ପରାୟଣ ହୋଇ ଏକ ମିଥ୍ୟା ଅଭିଯୋଗ ହିଞ୍ଜିଳି ଥାନାରେ କରିଥିଲେ । ଗତ ୨୯/୦୯/୨୦୨୧ ତାରିଖରେ ହିଞ୍ଜିଳି କାଟୁ ମାର୍ଚେଣ୍ଟ ଆସୋସିଏସନର ୩୫ ଜଣ ସଭ୍ୟ ଜଣ ପିଛା ୩୦,୦୦୦ ଟଙ୍କା ଲେଖାଏଁ ଦୋକାନ ଗୃହ ଯୋଗାଇ ଦେବାପାଇଁ ଶ୍ରୀ ପାଣିଗ୍ରାହୀ ନେଇଥିବାର ଏକ ଅଭିଯୋଗ କୁଚକ୍ରି ବ୍ୟବସାୟୀ ମାନଙ୍କ ଇସାରାରେ ହିଞ୍ଜିଳି ଥାନାରେ ଏକ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ଉକ୍ତ ଘଟଣାଟି ସତ୍ୟାସତ୍ୟ ନଥିବା ସଭାପତିଙ୍କ ବିରୁଦ୍ଧରେ ବଦନାମ କରିବା ନିମନ୍ତେ ତାଙ୍କର ଶେଷ ରିପୋର୍ଟରେ ଜେ.ଏମ.ଏଫ.ସି. ହିଞ୍ଜିଳିକାଟୁ ଅଦାଲତକୁ ଜଣାଇଥିଲେ । ଯଦ୍ୱାରା କୁଚକ୍ରି ଗୋଷ୍ଠୀର ମନ୍ଦ ଉଦ୍ଦେଶ୍ୟ ଓ କଳା କାରନାମାର ମୁଖା ଖୋଲିଯାଇଛି ବୋଲି ଆସୋସିଏସନର ସଭାପତି ଶମ୍ଭୁ ପାଣିଗ୍ରାହୀ ଏକ ପ୍ରେସ ବିବୃତ୍ତିରେ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ହିଞ୍ଜିଳି ନଗର କଂଗ୍ରେସ ସଭାପତି ସୁନାରାମ ସାବତ ,ପିସିସି ସଭ୍ୟ ଶିଶିର ସାହୁ ଶେରଗଡ଼ ବ୍ଲକ ସଭାପତି କୁନା ବିଷୋୟୀ ଯୋଗ ଦେଇଥିଲେ ।

(ରିପୋର୍ଟ – ଅଜିତ କୁମାର ପଟ୍ଟନାୟକ ।)

Leave A Reply

Your email address will not be published.