ହିଞ୍ଜିଳିକାଟୁ ବ୍ଳକ ପୁଟିଆପଦର ପୋଖରୀ ଗାର୍ଡୱାଲ ଧସିବା ଅଭିଯୋଗରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ।

0 1,316

ବ୍ରହ୍ମପୁର,୨୭/୧୨(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନା ନିମନ୍ତେ ଉଚ୍ଚ ପ୍ରଶଂସିତ ହେଉଥିବା ବେଳେ ସବୁକାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ବାବଦରେ ଯେତେ ଅଭିଯୋଗ ହେଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହାକୁ ଚପେଇଦେବାରେ ସକ୍ଷମ ହେଉଛନ୍ତି । କିନ୍ତୁ କିଛି ଏହିପରି କାର୍ଯ୍ୟ ଯାହା ଅତ୍ୟନ୍ତ ନିମ୍ନମାନର ତାହା ହିଞ୍ଜିଳି ପ୍ରଶାସନର ଦୁର୍ନୀତି ଖୋର ମନଭାବକୁ ପଦାରେ ପକାଇଦେଇଛି। ସୂଚନାଯୋଗ୍ୟ ଯେ ପୁଟିଆପଦର ଗ୍ରାମପଞ୍ଚାୟତ ର ଗଙ୍ଗାଧର ମନ୍ଦିର ନିକଟସ୍ଥ ଆଦର୍ଶ ପୋଖରୀ ର ଗାର୍ଡ ୱାଲ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ମନରେଗା ମାଧ୍ୟମରେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ପ୍ରକାଶ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱବାଧାନ ରେ ଏହାର କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏଥିନିମନ୍ତେ କୌଣସି ପ୍ରକାର କାର୍ଯ୍ୟ ଫଳକ ଲାଗାନଯାଇ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଥିଲା ।କିନ୍ତୁ ଗତ ନଭେମ୍ବର ମାସରେ ଉକ୍ତ ଗାର୍ଡ ୱାଲ ସମ୍ପୂର୍ଣ୍ଣ ଧସେଇହୋଇପଡିଥିବା ଖବର ପ୍ରାପ୍ତ ହୋଇଥିଲା। ଏଣୁ ଏହି ନିମ୍ନ ମାନର କାର୍ଯ୍ୟ ସହ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି ଜଣାଇଥିଲେ ଏବଂ ଉପଯୁକ୍ତ ଉନ୍ନତ ମାନର କାର୍ଯ୍ୟଶୈଳୀ ରେ ଏହି ନିର୍ମାଣକୁ ସମ୍ପୂର୍ଣ୍ଣ କରିବାପାଇଁ ଦାବି ହୋଇଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିନଥିଲା । ଏଣୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟ ରେ ଏହି ନିମ୍ନମାନର ଓ ଅନିୟମିତ କାର୍ଯ୍ୟ ବିରୁଦ୍ଧରେ ଏକ ମାମଲା ଗତ ଡିସେମ୍ବର ୨୪ ତାରିଖ ରେ କେଶ ନଂ WP(C)/40907/2021 ରେ ଏକ ମାମଲା ଦାୟର କରିଛନ୍ତି ।

Leave A Reply

Your email address will not be published.