ହିଞ୍ଜିଳିକାଟୁ ବ୍ଳକ୍ ମିଶନଶକ୍ତି ଓ ଓଡିଶା ଜୀବିକା ମିଶନ ଦ୍ୱାରା ବ୍ଳକ୍ ସ୍ତରୀୟ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ।

0 344

ହିଞ୍ଜିଳିକାଟୁ,୧୬/୦୮(ପିପିଟି); ଆଜି ହିଞ୍ଜିଳିକାଟୁ ବ୍ଳକ୍ ପରିସର ଗଣେଶ ମଣ୍ଡପ ଠାରେ ମିଶନଶକ୍ତି ଓ ଓଡିଶା ଜୀବିକା ମିଶନ ଦ୍ୱାରା ବ୍ଳକ୍ ସ୍ତରୀୟ ମେଗା ସମନ୍ୱୟ ମେଳା ଆୟୋଜିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମ ଶମନ୍ୱିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ ମେଳା ଅନୁଷ୍ଠିତ ହୋଇଥିଲା। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବ୍ଳକ୍ ଅଧ୍ୟକ୍ଷ ଏନ ରଘୁନାଥ ଏବଂ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଯୋଗ ଦେଇଥିଲେ । ମେଳାର ମୁଖ୍ୟ ଉଦେଶ୍ୟ ଥିଲା ମିଶନଶକ୍ତି ଜରିଆରେ ମହିଳା ମାନଙ୍କ ସଶକ୍ତିକରଣ ଓ ଆର୍ଥିକ ସୁଦୃଢ଼ୀକରଣ କରିବା । ଏଣୁ ଏହି ବ୍ଳକ ସ୍ତରୀୟ ମେଳାରେ ହିଞ୍ଜିଳି ଅଞ୍ଚଳର ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ ଓ ସଦସ୍ୟ ଉପସ୍ଥିତ ରହି ୩୮୬ ମହିଳା ସ୍ୱୟଂ ସହାୟକ ସଂଘ ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ୯୦୨.୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଉକ୍ତ ଋଣ ଟଙ୍କାକୁ ବିଭିନ୍ନ ପ୍ରକଳ୍ପ କରି ଆତ୍ମସ୍ବବଲମ୍ବୀ ହେବା ସହ ଆର୍ଥିକ କ୍ଷେତ୍ରରେ ସୁଦୃଢୀକରଣ ହୋଇପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହା ଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିବେ ।ଅନ୍ୟମାନଙ୍କ ମଧ୍ୟରେ ଆଇସିଡ଼ିଏସ ସମସ୍ତ ସୁପରଭାଇଜର ,ଅଙ୍ଗନୱାଡି କର୍ମୀ,ବହୁ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.